ମୁଖ୍ୟମନ୍ତ୍ରୀ ସସପେନ୍ସ; କିଏ ନେବେ ନବୀନଙ୍କ ସ୍ଥାନ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବିଜେପି ବହୁମତ ପାଇବା ସହ ରାଜ୍ୟରେ ସରକାର ଗଠନ ଲାଗି ମଧ୍ୟ ପ୍ରସ୍ତୁତ ହୋଇଛି । ଆସନ୍ତା ୧୨ ତାରିଖରେ ଭୁବନେଶ୍ୱର ଜନତା ମୈଦାନରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହେବା ସହ ପ୍ରସ୍ତୁତି କରାଯାଉଛି । ଏହି ସବୁ ମଧ୍ୟରେ ରାଜ୍ୟରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ସସପେନ୍ସ । ବିଜେପି ବିଧାୟକ ଦଳର ନେତା କିଏ ହେବେ, କାହାକୁ ମିଳିବ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ? ରାଜ୍ୟରେ 25 ବର୍ଷର ସ୍ଥିର ସରକାରରେ ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନ ପଟ୍ଟନାୟକଙ୍କ ସ୍ଥାନ କିଏ ନେବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଏହି ରେସ୍‌ରେ ଆଗରେ ରହିଛନ୍ତି ସୁରେଶ ପୂଜାରୀ, ମନମୋହନ ସାମଲ, ମୋହନ ମାଝି, କେ.ଭି ସିଂଦେଓ । ଏହାବାଦ୍ ଜାତୀୟ ଗଣାମଧ୍ୟମରେ ପ୍ରସାରିତ କିଛି ଖବର ଏହି ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି । ଗିରିଶ ମୁର୍ମୁଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ତେବେ ମଙ୍ଗଳବାର ସକାଳେ ଭାଜପା ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଦୁଇ କେନ୍ଦ୍ରୀୟ ନେତା ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ଵ ରହିଛି । ଉଭୟେ  ବିଧାୟକ ଦଳ ବୈଠକରେ ଯୋଗ ଦେବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି ହେବ ଏବଂ ନାଁ ଘୋଷଣା କରାଯିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.