ଆସୁଛି ବର୍ଷା: ଡ୍ରେନେଜ ବ୍ୟବସ୍ଥା ସୁଧୁରିବ ତ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ବର୍ଷା ସମୟ ପାଖେଇ ଆସୁଛି କିନ୍ତୁ ଗାଁ ଗୁଡିକରେ ଥିବା ଡ୍ରେନ ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିରହିଛି। ଯଦି ବର୍ଷା ପୂର୍ବରୁ ଡ୍ରେନ ପୁନଃରୁଦ୍ଧାର ଓ ମରାମତି କରାନଯାଏ ତେବେ ଏହାର କୁପ୍ରଭାବ ଜନତାଙ୍କୁ ଭୋଗିବାକୁ ପଡିବ। କାରଣ ଦୀର୍ଘ ଦିନରୁ ତିଆରି ହୋଇଥିବା ଡ୍ରେନ ଗୁଡିକ କେଉଁଠି ପୋତି ହୋଇଯାଇଛି ତ କେଉଁଠି ଭାଙ୍ଗି ଯାଇଛି। ଫଳରେ ବର୍ଷା ହେଲେ ମଇଳା ଆବର୍ଜନା ପାଣି ଗୁଡିକ ନିକଟସ୍ଥ ଘରଗୁଡିକୁ ପଶିଯିବାର ଆଶଙ୍କା ରହିଛି। ଏଇ ବ୍ଲକର ଜନବହୁଳ ଗ୍ରାମ ରିଷିଡା,ତେରେସିଂହା ସମେତ କର୍ଲାମୁଣ୍ଡା, ରିଂଜା, ଏସ୍‌.ମାଲପଡା, ବୋରପଦର, ରେଗେଡା, ସାପଲହରା, ଯୋରାଡବରା, ଗଜବାହାଲ, ପୌରକେଲା, ରାଜପୁର ପଂଚାୟତର ଅନେକ ଗାଁରେ ଡ୍ରେନର ବ୍ୟବସ୍ଥା ସଂଗୀନ ରହିଛି। ରିଷିଡାରେ ସାମାନ୍ୟ ବର୍ଷା ହେଲେ ଡ୍ରେନ ର ପାଣି ବାହାରକୁ ଯାଇ ରାସ୍ତା ଓ ପାଶ୍ୱର୍ରେ ଜମି ରହିଥାଏ। ବିଶେଷକରି କନ୍ଧପଡା ରାସ୍ତାରେ ଥିବା ଡ୍ରେନ ଅତି ସଂକୀର୍ଣ ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ଜଳ ନିଷ୍କାସନ ହୋଇନପାରି ନିକଟସ୍ଥ ଘର ଗୁଡିକୁ ପାଣି ପଶିଯାଇଥାଏ। ସେଇପରି କହ୍ନାରପଡା ଅଂଚଳରେ ତିଆରି ହୋଇଥିବା ଡ୍ରେନ ପୋତିହେବା ତଥା ପୁନଃରୁଦ୍ଧାର ଅଭାବରୁ ସେଇ ଡ୍ରେନର ପାଣି ରାସ୍ତା ଉପରେ ଓ ନିକଟସ୍ଥ ଘର ଦୁଆର କୁ ବୋହିଯାଇଥାଏ। ତେରେସିଂହା ଗ୍ରାମରେ ଥିବା ଡ୍ରେନ ଗୁଡିକର ପୁନଃରୁଦ୍ଧାର ମଧ୍ୟ ହୋଇନଥିବାରୁ ବର୍ଷା ଦିନେ ରାସ୍ତାରେ ମଇଳା ପାଣି ଜମାହୋଇଥାଏ। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ପୁନଃରୁଦ୍ଧାର କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.