କଲେଜ ଛାତ୍ରୀଙ୍କୁ ଅପହରଣ କରି ଯୁବକ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ପରିବାର ଲୋକେ ସଇଁତଲା ଥାନାରେ ଲିଖିତ ଅଭିଯୋଗକୁ ଭିତ୍ତି କରି ଥାନା କେସ ନଂ ୩୧୦/୨୪ କ୍ରମେ ଦଫା ୧୩୭(୨) ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଯାଇଛି। ଗିରଫ ଅଭିଯୁକ୍ତ ନରେଶ ଗହୀର (୧୯) ଡେଙ୍ଗ ପଞ୍ଚାୟତର ବିଜାପଦର ଗାଁର ବୋଲି ଜଣାପଡିଛି।

Omkar Vasthu
Omkar Vasthu

ପ୍ରକାଶ ଯେ, ଗତ ୧୯ ତାରିଖ ଦିନ ବୁର୍ଡା ଗାଁର ଜୈନିକା ଯୁବତୀ ସଇଁତଲା କଲେଜକୁ ପାଠ ପଢିବାକୁ ଆସିଥିଲେ। ହେଲେ ସନ୍ଧ୍ୟାକୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ନ ମିଳିବାରୁ ସଇଁତଲା ଥାନାର ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ଘଟଣାକୁ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱବଧାନରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ପରେ ବିଜାପଦର ଗାଁ ନରେଶ ଅପହରଣ କରି ନେଇଯାଇଥିବା ବୋଲି ପୋଲିସ ଜାଣିବାକୁ ପାଇଁ ଯୁବକକୁ ଧରିବାରେ ସଫଳ ହୋଇଥିଲା। ଉକ୍ତ ମାମଲାକୁ ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ଅଧିକ ତଦନ୍ତ ଜାରୀ ରଖିଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.