ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଆସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ପଞ୍ଚମ କଳାହାଣ୍ଡି ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ ଯୋଗଦାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଆସନର ବରିଷ୍ଠ ଉପଦେଷ୍ଟା ତଥା ବରିଷ୍ଠ ବିଜେପି ନେତା ଭାରତ ଭୂଷଣ ଦେଓ, ସିଟିଜେନ ଫୋରମର ବରିଷ୍ଠ ସଦସ୍ୟ ସୁମନ ରଥ, ଜୁନାଗଡ ବ୍ୟାଡମିଣ୍ଟନ ସଂଘର ପୂର୍ବତନ ସଭାପତି ତଥା ଜୁନାଗଡ ବାର ଆସୋସିଆସନର ସଭାପତି ହିମାଂଶୁ ବରାଡ ଉପସ୍ଥିତ ଥିଲେ। 

ଏହାପରେ ସମସ୍ତ ବିଭାଗର ଫାଇନାଲ ଅନୁଷ୍ଠିତ ହୋଇଥିଲା। ୧୧ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଅଜିତେଶ ନାୟକ ବିଜୟୀ ହୋଇଥିବାବେଳେ ଓ ପିୟୁସ ବାଗ ଉପବିଜେତା ହୋଇଥିଲେ, ୧୩ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ପ୍ରତ୍ୟୁଷ ଭୋଇ ବିଜୟୀ ହୋଇଥିବାବେଳେ ଓ ଆର୍ଯ୍ୟନ୍ତ ପଣ୍ଡା ଉପବିଜେତା ହୋଇଥିଲେ ଓ ୧୫ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ହିତେଶ ନାଗ ବିଜୟୀ ହୋଇଥିବାବେଳେ ଓ ଜୁନାଗଡର ଦିଗବିଜୟ ସିଂ ଉପବିଜେତା ହୋଇଥିଲେ। ୧୫ ବର୍ଷରୁ କମ ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡ଼ର ଚନ୍ଦ୍ରଶେଖର ଶର୍ମା ଓ ଦିଗବିଜୟ ସିଂ ବିଜେତା ଏବଂ ଭବାନୀପାଟଣାର ହିତେଶ ନାଗ ଓ ନିଲେଶ ମହନନ୍ଦ ଉପବିଜେତା ଓ ୧୭ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ହିତେଶ ନାଗ ବିଜେତା ଓ ନରେଶ ନାଏକ ଉପବିଜେତା, ୧୭ ବର୍ଷରୁ କମ ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡ଼ର ଅବଦେଶ ଗୋଏଲ ଓ ଦିଗବିଜୟ ସିଂ ବିଜେତା ଓ ଭବାନୀପାଟଣାର ନରେଶ ନାଏକ ଓ ସ୍ୱସ୍ତିକ ପଣ୍ଡା ଉପବିଜେତା, ପୁରୁଷ ବିଭାଗ ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ବିଜେତା ଓ ଆୟୁଷ୍ମାନ ମୁନି ଉପବିଜେତା, ପୁରୁଷ ବିଭାଗ ଯୁଗଳ ପ୍ରତିଯୋଗିତାରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ଓ ଅବିନାଶ ବାବୁ ବିଜେତା, ଶିବାଶିଷ ବିଶି ଓ ଶୁଭାଶିଷ ପଟ୍ଟନାୟକ ଉପବିଜେତା, ବାଳିକା ବିଭାଗର ୧୯ ବର୍ଷରୁ କମ ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଐଶ୍ୱର୍ଯ୍ୟା ସିଂ ବିଜେତା ଓ ସମନ୍ବିତା ପାଣିଗ୍ରାହୀ ଉପବିଜେତା ହୋଇଥିଲେ।

୧୯ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଜୁନାଗଡର ମାନବ ଜେପି ନାଏକ ବିଜେତା ଓ ଭବାନୀପାଟଣାର ଆୟୁଷ୍ମାନ ମୁନି ଉପବିଜେତା, ମହିଳା ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡର ଚୁମକି ଭଞ୍ଜ, ରଶ୍ମିତା ଶବର ଓ ଲାଞ୍ଜିଗଡର ଅନନ୍ୟା ବେହେରା, ବିଶାଖା ନାଏକ ଉପବିଜେତା ଓ ମିଶ୍ରିତ ଯୁଗଳରେ ଭବାନୀପାଟଣାର ଶିବାଶିଷ ବିଶି, ଲାଞ୍ଜିଗଡର ବିଶାଖା ନାଏକ ବିଜେତା ଓ ଭବାନୀପାଟଣାର ଦେବଦତ୍ତ ବାଣୁଆ ଓ ପଦ୍ମାକ୍ଷୀ ବେହେରା ଉପବିଜେତା, ୩୫ବର୍ଷରୁ ଉର୍ଦ୍ଧ୍ବ ପୁରୁଷ ବିଭାଗର ଏକକ ପ୍ରତିଯୋଗିତାରେ ଜୁନାଗଡ଼ର ରାକେଶ ବେମାଲ ବିଜେତା ଓ ଭବାନୀପାଟଣାର ବିଜୟ ରାଉତ ଉପବିଜେତା, ୩୫ ବର୍ଷରୁ ଅଧିକ ପୁରୁଷ ବିଭାଗର ଯୁଗଳରେ ଭବାନୀପାଟଣାର ହମିଦ ବାଗ ଓ ରୋମାଞ୍ଚଳ ସରାଫ ବିଜେତା ଏବଂ ଭବାନୀପାଟଣାର ସନ୍ଦିପ ମିଶ୍ର ଓ ଜୁନାଗଡ଼ର ରାକେଶ ବେମାଲ ଉପବିଜେତା, ୪୦ ବର୍ଷରୁ ଅଧିକ ପୁରୁଷ ବିଭାଗ ଯୁଗଳରେ ଭବାନୀପାଟଣାର ସନ୍ଦୀପ ଦାସ, ଜୁନାଗଡ ନରେଶ୍ୱର ସୁନାନୀ ବିଜେତା ଓ ଭବାନୀପାଟଣାର ଯୁଗଳ କିଶୋର ପଟେଲ ଓ ଶିବ କୁମାର ବେହେରା ଉପବିଜେତା, ୪୫ବର୍ଷରୁ ଅଧିକ ପୁରୁଷ ବିଭାଗର ଯୁଗଳରେ ଭବାନୀପାଟଣାର ପରେଶ ପ୍ରଧାନ ଓ ରଞ୍ଜିତ ସାହୁ ବିଜେତା ଓ ଭବାନୀପାଟଣାର ସନ୍ଦିପ ମିଶ୍ର, ଜୁନାଗଡ଼ର ପ୍ରଭଞ୍ଜନ ସାହୁ ଓ ମାନସ ରଞ୍ଜନ ସାହୁ ଉପବିଜେତା ହୋଇଛନ୍ତି।

ସମସ୍ତ କୃତି ଖେଳାଳିମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ହାଇସ୍କୁଲରୁ ଆସିଥିବା କ୍ରୀଡା ଶିକ୍ଷକ ଓ ରାଜ୍ୟ ସଂଘ ଅନୁମୋଦିତ ବୈଷୟିକ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲ। ସାଙ୍ଗଠନିକ ସମ୍ପାଦକ ମହେଶ କୁକ୍ରେଜା ସଂଘର କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱମାନ ଦେଇ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଘର ସଭାପତି ପ୍ରଦୀପ ଦାସ, ଉପସଭାପତି ଅରୁଣ ରଥ ରାଜ୍ୟ ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ ଓ ସଂଘ ର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ପରିଶେଷରେ ସମ୍ପାଦକ ସନ୍ଦୀପ ମିଶ୍ର ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ମିଡ଼ିଆ ବନ୍ଧୁ ଓ ଅନ୍ୟ ସମସ୍ତଙ୍କୁ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ହେତୁ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ଆଗାମୀ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ଭାଗ ନେବାକୁ ଥିବା ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.