ଅଁଳାଭଟ୍ଟାରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ମାଝୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଁଳାଭଟ୍ଟା ସରପଞ୍ଚ ଭଗବତୀ ନାଏକ ସଭାପତିତ୍ବ କରିଥିଲେ। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷା, କୃଷି, ପଶୁସମ୍ପଦ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଯୋଗାଣ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିବା ବେଳେ ଏହି ଅଭିଯୋଗ ଶୁଣାଣୀ ଶିବିରରେ ସର୍ବମୋଟ ୧୩୨ ଜଣ ଲୋକଙ୍କ ଅଭିଯୋଗ ଆସିଥିଲା।

ଅଁଳାଭଟ୍ଟା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ, ପୋଟିଆମୁଣ୍ଡା ଠାରୁ ପୋଡାଖୋଲ ରାସ୍ତାକୁ କାଟି ନଲା ପୋତାଯାଇଥିବାରୁ ତୁରନ୍ତ ମରାମତି କରାଯିବା ପାଇଁ ଦାବି ପତ୍ର ପ୍ରଦାନ, ଅଁଳା ଭଟ୍ଟା ଅଙ୍ଗନୱାଡ଼ି କେନ୍ଦ୍ର ମରାମତି, ନୂତନ ପୋଖରୀ ଖନନ ପାଇଁ ଦାବୀପତ୍ର ପ୍ରଦାନ କରାଯାଇଥିଲା।

ମୁଖ୍ୟତଃ ଅଧିକାଂଶ ହିତାଧିକାରୀ ଆବାସ ଯୋଜନାରେ ଆବେଦନ କରିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା/ ବିଧବା ଭତ୍ତା, ଏବଂ ହିତାଧିକାରୀ ମାନେ ରେସନ କାର୍ଡ ପାଇଥିବା ବେଳେ ପରିବାରର ଅନେକ ସଦସ୍ୟଙ୍କ ନାମ ଛାଡି ହୋଇଯାଇ ଥିବାରୁ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.