ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ନିର୍ବାଚନର ଦୁଇ ମାସ ପରେ ଗଞ୍ଜାମ ଜିଲ୍ଲା ଜିଲ୍ଲା ପରିଷଦ ଅଧକ୍ଷା, ଉପାଧକ୍ଷା ଓ ସମସ୍ତ ସଦସ୍ୟ, ସଦସ୍ୟା, ମାନଙ୍କୁ ନେଇ ଇଷ୍ଟଦେବୀ ମା ତାରା ତାରିଣୀ ଙ୍କ ଦର୍ଶନ କରି ଜଗତ ର ମଙ୍ଗଳ କାମନା କରି ତାଙ୍କର ଆଶ୍ରିତ ହୋଇ ଥିଲେ | ସେଠାରୁ ମନ୍ଦିର ତକେ ଥିବା ଏକ କୋଠ ଘରେ ପୁରୁଷୋତ୍ତମପୁର ବ୍ଲକ 37 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରା ଙ୍କ ତତ୍ୱା ବଧାନ ରେ ଏକ ବନ୍ଧୁ ମିଳନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଉଛି | ଏହାର ମୂଳ ଲକ୍ଷ ହେଲା ବନ୍ଧୁ ମିଳନ ଅବସର ରେ ବର୍ତମାନ ରାଜ୍ୟ ଶାସନ ଥିବା ବିଜେପି ସରକାର ରହି ଥିବାରୁ ଓ ଆଗାମୀ ଦିନରେ ଛତ୍ରପୁର ଡ଼ିଆର ଡ଼ିଏ ବୈଠକ ହଲରେ 2024 ନିର୍ବାଚନ ପରେ ପ୍ରଥମ ବୈଠକ ହେବାକୁ ଥିବାରୁ ବିରୋଧ ଦଳ ଭାବେ ସେମାନେ ଆଜି ଏହା ଉପରେ ଏକ ରଣ ନିତିପ୍ରସ୍ତୁତି କରିବା ନିମନ୍ତେ ଏହି ବନ୍ଧୁ ମିଳନ ଅବସରରେ ଏହି ମତା ମତ ନିର୍ଧାରଣ କାର୍ଯ୍ୟକ୍ରମ ର ଆୟୋଜନ ହୋଇ ଥିଲା |

Omkar Vasthu
Omkar Vasthu

ତାରା ତାରିଣୀ ମନ୍ଦିର ତଳେ ବନ୍ଧୁ ମିଳନ ଅବସର ରେ ଜିଲ୍ଲା ର ମୋଟ 69 ଜଣ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଙ୍କ ମଧ୍ୟରୁ ପ୍ରାୟ 60 ଜଣ ସଦସ୍ୟ, ସଦସ୍ୟା, ଅଧକ୍ଷା ଅଞ୍ଜଳି ସ୍ବାଇଁ,ଉପାଧକ୍ଷା ଏସ ରାଜେଶ୍ୱରୀ ଦୋରା ଙ୍କୁ ନେଇ ଆଗାମୀ ରଣ ନିତି ଉପରେ ଆଲୋଚନା ପାଇଁ ଏହି କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା | ବର୍ତମାନ ରାଜ୍ୟରେ ବିଜେପି ସରକାର ଙ୍କ ଶାସନ ହୋଇଥିବାରୁ ଆଗାମୀ ଜିଲ୍ଲା ପରିଷଦ ବୈଠକ ରେ ତାର ମୁକାବିଲା କରିବା ପାଇଁ ଏହି ବୈଠକ ଉପରେ ସମସ୍ତଙ୍କରସହଯୋଗ ଓ ମତା ମତ ନିଆ ଯାଇଥିଲା ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତମାନ ର ବିରୋଧୀ ଦଳ ନେତା ଶ୍ରୀନୁକ୍ତ ନବୀନ ପଟନାୟକଙ୍କ ନିତି ଆଦର୍ଶ ରେ ଉପସ୍ଥିତ ଗଞ୍ଜାମ ଜିଲ୍ଳାର ସମସ୍ତ ସଭ୍ୟ, ସଭ୍ୟା ଓ ଜିଲ୍ଲା ପରିଷଦ ଅଧକ୍ଷା ଓ ଉପାଧକ୍ଷା ମାନେ ଏକତ୍ରିତ ହୋଇ ବିଜେଡି ଦଳ ର ବିରୋଧୀ ଦକର ଭୂମିକା ଗ୍ରହଣ କରି ବାକୁ ନିଷ୍ପତି ନେଇ ଥିଲେ |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତେବେ ଅଢ଼େଇ ବର୍ଷ ପରେ କିଛି ନେତା ଓ ଅଫିସର ଙ୍କ ଯୋଗୁଁ ସେମାନଙ୍କ ପରିଚୟ ପତ୍ର, ସେମାନଙ୍କ ଦରମା,କରାଯାଇ ନଥିଲା ବେଳେ ଏହା ଉପରେ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ | ଏବଂ ପ୍ରତେଜ ଡିଆର ଡ଼ିଏ ବୈଠକ ପୂର୍ବରୁ ସେମାନେ ଜିଲ୍ଲା ର ସବୁ ସବଡିଭିଜନ ସ୍ତରୀୟ ବୈଠକସେହିସ୍ଥାନରେ ବସି ଏମାନେ କରିବେ, ଏବଂ ଶାସନ ସରକାର ରେ ସାମିଲ ନହୋଇ ବିରୋଧୀ ଭାବେ ସମସ୍ତେ ରହିବୁ ବୋଲି ମତ ଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.