ଜିଲ୍ଲାପାଳଙ୍କ ଥୁଆମୂଳ ରାମପୁର ବ୍ଲକ ଗସ୍ତ: କଫି ନର୍ସରୀ ପରିଦର୍ଶନ ଏବଂ ଇନ୍ଦ୍ରାବତୀ ଜଳଭଣ୍ଡାରରେ ମାଛ ଚାଷ ଦେଖିଲେ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀଙ୍କ ଥୁଆମୂଳ ରାମପୁର ଗସ୍ତର ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ପ୍ରଥମେ ପାଡେପଦର ପଞ୍ଚାୟତର ସାନଛତ୍ରଙ୍ଗ ନିକଟ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ପିଞ୍ଜରାରେ ମତ୍ସ୍ୟ ଚାଷ ପରିଦର୍ଶନ କରି ସ୍ଥାନୀୟ ମାଛ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ମାଛ ଧରିବା ପାଇଁ ବ୍ୟବହୃତ ମାଛ ଡଙ୍ଗା ଗୁଡିକ ଦେଖିଥିଲେ।

Omkar Vasthu
Omkar Vasthu

ମାଛ ଚାଷକୁ ଆହୁରି କିପରି ବ୍ୟାପକ କରିହେବ ସେନେଇ ଜିଲ୍ଲା ମତ୍ସ୍ୟ ସମ୍ପଦ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସାନଛତ୍ରଙ୍ଗ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ହେଲେ ବିଡମ୍ବନାର ବିଷୟ ଦିନ ୧୨ ଟା ସମୟରୁ ଉର୍ଦ୍ଧ୍ଵ ହେଇଥିଲେ ମଧ୍ୟ ବିଦ୍ୟାଳୟରେ ନା ଶିକ୍ଷକ ନା ଥିଲେ ଛାତ୍ରଛାତ୍ରୀ। ଶିକ୍ଷକ ମାନଙ୍କ ଏଭଳି ଦାୟିତ୍ୱ ହିନତା ତଥା ଅବହେଳା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବା ସୂଚନା ରହିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହାପରେ ମହୁଲପାଟଣା କଫି ନର୍ସରୀ ପରିଦର୍ଶନ ସାରି ମହୁଲପାଟଣା ହାଇସ୍କୁଲ ପରିଦର୍ଶନରେ ଯାଇ ସେଠିକାର୍ ଛାତ୍ରଛାତ୍ରୀ ମାନଙ୍କୁ ପାଠ ମଧ୍ୟ ପଢାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ବିଦ୍ୟାଳୟର ସମସ୍ୟା ଉପରେ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ନାଏକଙ୍କ ସହିତ ଆଲୋଚନା କରିଥିଲେ। ପ୍ରାଥମିକ ଶିକ୍ଷା ପାଇଁ ଆବଶ୍ୟକୀୟ ଶିକ୍ଷକ ଅଭାବ ରହିଥିବା ବୁଝି ଶିକ୍ଷକ ପୁରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବଂ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

ସେଠାରୁ ଫେରି ଥୁଆମୂଳ ରାମପୁର ବ୍ଲକରେ ପ୍ରଧାନ ମନ୍ତ୍ରୀ ଆବାସ ପରିଚାଳନା ଏବଂ ଏହାର ସ୍ଥିତି ଉପରେ ସମୀକ୍ଷା କରିଥିଲେ। ପଞ୍ଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏପିଡି ଅମୁଲ୍ୟ ବାଉଲ, ସ୍ଥାନୀୟ ବିଡ଼ିଓ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ବ୍ଲକ ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଜି ଆର୍ ଏସ୍ ଏବଂ ଯୋଗାଣ ସହାୟକ ଉପସ୍ଥିତ ଥିଲେ।ଆବାସ ଯୋଜନା ପରିଚାଳନା କ୍ଷେତ୍ରରେ ଜିଲ୍ଲାରେ ଥୁଆମୂଳ ରାମପୁର ବ୍ଲକର ପ୍ରଦର୍ଶନ ସବୁଠାରୁ ଦୁର୍ବଳ ଥିବା ସୂଚନା ଦେବା ସହିତ ଏଭଳି ପ୍ରଦର୍ଶନକୁ ନେଇ ତାଗିଦ କରିବା ସହିତ ତୁରନ୍ତ ସମସ୍ତ ଆବାସ ଗୃହ ଗୁଡିକ ସମ୍ପୂର୍ଣ୍ଣ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହାପରେ ଜିଲ୍ଲାପାଳ ଥୁଆମୂଳ ରାମପୁରର କଫି ନର୍ସରୀ ପରିଦର୍ଶନ କରି ଡୋଡୋକାଗୁଡା କଫି ନର୍ସରୀ ବୁଲି ଥିଲେ। ସେଠାରୁ କାଣିଗୁମା ପଞ୍ଚାୟତର ଜଟାଙ୍ଗପଡା ଗ୍ରାମ ପରିଦର୍ଶନ କରିଥିଲେ। ଆଗାମୀ ଭବିଷ୍ୟତରେ ଏଠାରେ ଏକ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା ପାଇଁ ଯୋଜନା ର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଏହାପରେ କାଣିଗୁମାର କଫି ବଗିଚା ପରିଦର୍ଶନ କରିଥିଲେ।ଶେଷରେ କିଆପଦର ପଞ୍ଚାୟତର ଭଟାଗୁଡାର କଫି ବଗିଚା ପରିଦର୍ଶନ କରି ଫେରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.