ବିପଦ ସଙ୍କୁଳ ଅବସ୍ଥାରେ ନର୍ଲା ମେଡିକାଲର ପ୍ରସୂତି ଗୃହ: ଖଣ୍ଡ ଖଣ୍ଡ ହୋଇ ଗୃହ ଭିତରେ ପଡୁଛି ଛାତର ଭଗ୍ନାଶ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା, ଶବ ବ୍ୟବଚ୍ଛେଦ ଗୃହ ନଥିବା ଭଳି ସମସ୍ୟା, ଶୌଚାଳୟ ଠିକ ନଥିବା ସମସ୍ୟା ଏଭଳି ଅନେକ ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଥିବା ବେଳେ ଗତ ୨୦୧୪ ମସିହାରେ ତତ୍କାଳୀନ ନର୍ଲା ବିଧାୟକ ତଥା ବିରୋଧି ଦଳ ନେତା ଭୂପିନ୍ଦର ସିଂଙ୍କ କର କମଳରେ ଉଦ୍ଘାଟିତ ହୋଇଥିବା ଏକମାତ୍ର ପ୍ରସୂତି ଗୃହ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ପ୍ରସୂତିଙ୍କ ପାଇଁ ଅନେକ ସୁବିଧା ରହିତ ଏହି ପ୍ରସୂତି ଗୃହଟି ପିୟୁପି କରାଯାଇଛି। ଠିକାଦାର ନିମ୍ନ ମାନର କାମ କରିଥିବା ହେତୁ ଅଳ୍ପ ଦିନରେ ଛାତଟି ପାଣି ଗଳିବା ଆରମ୍ଭ କରିଥିଲା। ଦୀର୍ଘ ବର୍ଷ ଧରି ପାଣି ଗଳି ଏବେ ଛାତର ଭଗ୍ନାଂଶ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପିୟୂପି ଫଟାଇ ଗୃହ ଭିତରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଗତ ୨୫ ରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରସୂତି ବିଭାଗର ଦୁଇଗୋଟି କୋଠରୀରେ ଛାତର ଭଗ୍ନାବଶେଷ ଖସି ପଡ଼ିଥିବା ଦେଖିବାକୁ ମିଳିଛି। ବୁଧବାର ରାତିରେ ଏ ଘଟଣା ଘଟିଥିବା ବେଳେ ଭାଗ୍ୟ ବଶତଃ ସେହି ସମୟରେ ଉକ୍ତ ଗୃହରେ କେହି ନଥିଲେ। ନହେଲେ କଣ ଯେ ପରିସ୍ଥିତି ହୋଇଥାନ୍ତା ତାହା କହିବା ମୁସ୍କିଲ। ପୂର୍ବରୁ କୋଭିଡ କେନ୍ଦ୍ର ଚାଲୁଥିବା ଗୃହକୁ ନର୍ଲା ଭାରପ୍ରାପ୍ତ ଚିକିତ୍ସା ଧିକାରୀ ଅକ୍ଷୟ କୁମାର ଗୋଛାୟତଙ୍କ ଉଦ୍ୟମରେ ସମସ୍ତ ପ୍ରକାର ସୁବିଧା କରାଯାଇ ଏବେ ଅସ୍ଥାୟୀ ଭାବରେ ଚାଲିଛି ପ୍ରସୂତି ଗୃହ। ହେଲେ ନର୍ଲାରେ ନୂତନ ସିଏଚସି ଭବନ ନିର୍ମାଣ ପାଇଁ ୯ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଵଂ “ଆର ଏଣ୍ଡ ବି” ବିଭାଗ ତରଫରୁ ଟେଣ୍ଡର ମଧ୍ଯ ସରିଯାଇଛି।

Omkar Vasthu
Omkar Vasthu

ଏନେଇ ପୂର୍ବତନ ଜିଲ୍ଲାପାଳ ପି ଅନ୍ୱେଷା ରେଡି ଗତ ମଇ ମାସରେ ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସିଥିଲେ। ୯ କୋଟି ବ୍ୟୟ ଅଟକଳରେ ନୂତନ ସିଏଚସି ଭବନ ଯଦି ଶୀଘ୍ର ତିଆରି ହୋଇପାରନ୍ତା ତା ହେଲେ ସମସ୍ତ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ପ୍ରଶ୍ନ ଉଠୁଛି ନୂତନ ସିଏଚସି ଭବନ ନିର୍ମାଣ ପାଇଁ ସମସ୍ତ ପ୍ରକ୍ରିୟା ସରିଥିଲେ ମଧ୍ଯ କାହିକିଁ ଆରମ୍ଭ କରାଯାଉନାହିଁ ଏହିଭବନ? ଏତେ ଟଙ୍କା ଆସି ଭବନ ନିର୍ମାଣ ହେବାକୁ ରହିଥିବା ବେଳେ ନର୍ଲା ମେଡିକାଲ ରେ ଏମିତି ଅସ୍ଥାୟୀ ଭବନରେ ଯାହି ତାହି ଭାବରେ ଚଲେଇବାକୁ ପଡ଼ୁଛି ପ୍ରସୂତି କାର୍ଯ୍ୟ। ଏହା କେତେଦୂର ସମିଚୀନ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.