ଯେଉଁଠି ମସଜିଦରେ ପୂଜା ପାଆନ୍ତି ଶ୍ରୀଗଣେଶ

ହିନ୍ଦୁ-ମୁସଲିମ ବିବାଦର ଅନେକ ଖବର ଆପଣ ଶୁଣିଥିବେ । ରାଜନୈତିକ ଦଳମାନେ ଭୋଟ୍ ବ୍ୟାଙ୍କ ପାଇଁ ଏ ଦୁଇ ଧର୍ମର ଲୋକମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରାଇଥାନ୍ତି। ଲୋକଙ୍କୁ ମନ୍ଦିର-ମସଜିଦ ନାଁରେ ଲଢ଼ିବାକୁ ଉସକା ଯାଇଥାଏ। ତେବେ ଯେଉଁ ଖବର ଆଜି ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ, ସେଥିରେ ଦୁଇଟିଯାକ ଧର୍ମର ଲୋକ ମିଳିମିଶି ଗଣପତିଙ୍କ ସ୍ଥାପନା କରିଥାନ୍ତି, ତାଙ୍କ ପୂଜାର୍ଚ୍ଚନା କରିଥାନ୍ତି। ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଏଭଳି ପାଞ୍ଚଟି ମସଜିଦ ରହିଛି, ଯେଉଁଠି ଗଣେଶ ପୂଜା ଅବସରରେ ଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ।

Omkar Vasthu
Omkar Vasthu

କୋହ୍ଲାପୁରର ବୈରାଗଦାର, କାରଖାନା ପରି, ଶେଲକେ, ଢେପନପୁର ଓ କୁଡ଼େଖାନ ପୀର ମସଜିଦରେ ପ୍ରତିବର୍ଷ ଗଣେଶ ପୂଜା ହୋଇଥାଏ। ମସଜିଦରେ ସ୍ଥାପିତ ଗଣପତିଙ୍କ ପୂଜାର୍ଚ୍ଚନା ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଲୋକମାନେ ମିଳିମିଶି କରିଥାନ୍ତି। ବିଗତ ବହୁ ବର୍ଷ ଧରି ଏଭଳି ହୋଇଆସୁଛି। ହିନ୍ଦୁମାନଙ୍କ ସହ ବହୁ ସଂଖ୍ୟାରେ ମୁସଲିମ ଏଥିରେ ଯୋଗଦେଇଥାନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.