ଗଣେଶଙ୍କର ଦୁଇଟି ବିବାହ ହେଲା କାହିଁକି

ପୁରାଣ ବର୍ଣ୍ଣନା ଅନୁଯାୟୀ, ଭଗବାନ ଗଣେଶ ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ସଂକଳ୍ପ ଭାଙ୍ଗିଗଲା ଏବଂ ଗୋଟିଏ ନୁହେଁ, ଦୁଇଟି ବିବାହ ହୋଇଥିଲା। ଥରେ ଭଗବାନ ଗଣେଶ ଅନୁତାପରେ ବସିଥିଲେ। ସେହି ବାଟ ଦେଇ ତୁଳସୀ ଯାଉଥିଲେ। ତାଙ୍କୁ ଦେଖି ତୁଳସୀ ମୋହିତ ହୋଇଗଲେ ଓ ଗଣେଶଙ୍କୁ ବିବାହ ପ୍ରସ୍ତାବ ଦେଲେ। ତେବେ ଗଣେଶ ନିଜକୁ ବ୍ରହ୍ମଚାରୀ ଦର୍ଶାଇ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ତୁଳସୀ ଏଥିରେ କ୍ରୋଧିତ ହୋଇ ଗଣେଶଙ୍କୁ ଅଭିଶାପ ଦେଇଥିଲେ ଯେ; ତାଙ୍କର ଗୋଟିଏ ନୁହଁ, ଦୁଇଟି ବିବାହ ହେବ।ଅନ୍ୟ ଏକ କିମ୍ବଦନ୍ତି ଅନୁସାରେ, ତାଙ୍କର ରୂପ ଓ ହାତୀମୁଣ୍ଡ ଯୋଗୁଁ ଗଣେଶଙ୍କୁ କେହି ବିବାହ କରିବାକୁ ରାଜି ନଥିଲେ। ଯେଉଁଥିପାଇଁ ଗଣେଶ କ୍ରୋଧିତ ହୋଇ ଅନ୍ୟ ଦେବତାମାନଙ୍କ ବିବାହରେ ବାଧା ସୃଷ୍ଟି କରିବାକୁ ଲାଗିଲେ। ତା’ପରେ ସମସ୍ତ ଦେବତା ବିରକ୍ତ ହୋଇ ବ୍ରହ୍ମାଙ୍କ ପାଖରେ ପହଂଚିଲେ।

Omkar Vasthu
Omkar Vasthu

ସମସ୍ୟାର ସମାଧାନ ତଥା ଗଣେଶଙ୍କୁ ମନାଇବା ପାଇଁ ବ୍ରହ୍ମା ତାଙ୍କର ଯୋଗ ଶକ୍ତି ବଳରେ ଦୁଇ କନ୍ୟା ରିଦ୍ଧି ଓ ସିଦ୍ଧିଙ୍କୁ ଜନ୍ମ ଦେଲେ। ଦୁହେଁ ବ୍ରହ୍ମାଙ୍କ ମାନସକନ୍ୟା ଥିଲେ। ଦୁହିଁଙ୍କୁ ବ୍ରହ୍ମା ଗଣେଶଙ୍କ ପାଖକୁ ନେଲେ ଏବଂ ସେମାନଙ୍କୁ ଶିକ୍ଷା ଦେବାକୁ ଅନୁରୋଧ କଲେ। ବ୍ରହ୍ମାଙ୍କ ଆଜ୍ଞା ପାଇ ଗଣେଶ ସେ ଦୁହିଁଙ୍କୁ ଶିକ୍ଷାଦାନ କରିବାକୁ ଲାଗିଲେ।‌ ଯେତେବେଳେ ଗଣେଶଙ୍କ ପାଖକୁ କାହାର ବିବାହ ପ୍ରସ୍ତାବ ଆସୁଥିଲା, ସେତେବେଳେ ରିଦ୍ଧି ଓ ସିଦ୍ଧି ତାଙ୍କ ଧ୍ୟାନଭଙ୍ଗ କରୁଥିଲେ ଏବଂ ବିବାହ ଭାଙ୍ଗିଯାଉଥିଲା। ଧୀରେଧୀରେ ଗଣେଶ ହୃଦୟଙ୍ଗମ କଲେ ଯେ, ତାଙ୍କ ଛଡ଼ା ସମସ୍ତଙ୍କର ବିବାହ ବିନା ବାଧାବିଘ୍ନରେ ସମ୍ପନ୍ନ ହେଉଛି। ତେଣୁ ରିଦ୍ଧି ଓ ସିଦ୍ଧିଙ୍କ ଉପରେ କ୍ରୋଧିତ ହୋଇ ସେମାନଙ୍କୁ ଅଭିଶାପ ଦେବାକୁ ଉଦ୍ୟତ ହେଲେ ଗଣେଶ। ଠିକ୍ ସେତିକିବେଳେ ବ୍ରହ୍ମା ସେଠାକୁ ଆସି ଗଣେଶଙ୍କୁ ଏପରି କରିବାରୁ କ୍ଷାନ୍ତ ହେବାକୁ କହିଲେ। ଏଥିସହ ସେ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିବାକୁ ଗଣେଶଙ୍କୁ ଅନୁରୋଧ କଲେ। ଗଣେଶ ବ୍ରହ୍ମାଙ୍କ କଥାରେ ରାଜି ହୋଇଗଲେ ଏବଂ ଏହିପରି ଭାବରେ ଗଣେଶଙ୍କର ଦୁଇଟି ବିବାହ ସମ୍ପନ୍ନ ହେଲା।

Pearl dental clinic
Near Ashish Medical Store, Bhawanipatna
ରଜତ ବଂଶଳ 
ପ୍ରସାର ପରିଚାଳକ, ଓଡ଼ିଆ ବାର୍ତ୍ତା

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.