ଜାତୀୟ ଶିକ୍ଷକ ପୁରସ୍କାରପ୍ରାପ୍ତ ସନ୍ତୋଷ କରଙ୍କୁ ଜନ୍ମ ମାଟି ନର୍ଲାରୋଡରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଏ ମାଟି ମୋତେ ସବୁକିଛି ଦେଇଛି, ଏମାଟି ଓ ଅଞ୍ଚଳବାସୀଙ୍କୁ ମୁଁ କେବେ ଭୁଲି ପାରିବି ନାହିଁ -ସନ୍ତୋଷ କର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଗତ ୫/୯ ଗୁରୁ ଦିବସ ଦିନ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମ୍ମୁଙ୍କ ଦ୍ୱାରା ଉତ୍ତମ ଶିକ୍ଷକ ଭାବରେ ଜାତୀୟ ଶିକ୍ଷକ ସମ୍ମାନ ୨୦୨୪ ଗ୍ରହଣ କରିଛନ୍ତି। ସାରା ଦେଶର ବିଭିନ୍ନ ରାଜ୍ୟର ୫୦ ଶିକ୍ଷକଙ୍କୁ ସମ୍ମର୍ଦ୍ଧିତ କରିଛନ୍ତି ମହା ମହିମ ରାଷ୍ଟ୍ରପତି। ଜାତୀୟ ଶିକ୍ଷକ ପୁରସ୍କାର ପାଇ ଶନିବାର ସକାଳ ୯ ଘଣ୍ଟାରେ ନିଜର ଜନ୍ମମାଟି ନର୍ଲାରୋଡରେ ଆସି ପହଞ୍ଚିବା ପରେ ନର୍ଲାରୋଡର ଯୁବ ନେତୃତ୍ୱ ରାଜା ପରିଡାଙ୍କ ନେତୃତ୍ୱରେ ଶିପୁ ଜେନା, ସୂରଜ ଦାସଙ୍କ ସମେତ ଶତାଧିକ ଯୁବକ ବ୍ୟାଣ୍ଡ ବାଜାର ତାଳେ ତାଳେ ସାରା ତୁଳାଗାଁ ଓ ନର୍ଲାରୋଡରେ ଶୋଭାଯାତ୍ରା କରି ତାଙ୍କୁ ପାଛୋଟି ନେଇଥିଲେ। ବାଣ ରୋଶଣୀରେ ନର୍ଲାରୋଡ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଏହାପରେ ବିଜ୍ଞାନ ଶିକ୍ଷକ ଶ୍ରୀ କର ତାଙ୍କ କର୍ମକ୍ଷେତ୍ର ଜୟଦୁର୍ଗା ହାଇସ୍କୁଲକୁ ଯାଇ ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ଆଶିଷ ଭିକ୍ଷା କରିଥିଲେ। ସେଠାରେ ମଧ୍ୟ ସହକର୍ମୀ ଓ ଛାତ୍ରଛାତ୍ରୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

ଜାତୀୟ ଶିକ୍ଷକ ସମ୍ମାନ ଗ୍ରହଣ କରିବା ପାଇଁ ଶ୍ରୀ କର ସପତ୍ନୀକ ପୁଅକୁ ନେଇ ଯାଇଥିଲେ ଦିଲ୍ଲୀ। ସେଠାର ବିମାନ ଯୋଗେ ଭୂବନେଶ୍ୱର ଫେରି ଭୂବନେଶ୍ୱରରୁ ଜୁନାଗଡ ଲିଙ୍କ ଏକ୍ସପ୍ରେସ ଯୋଗେ ଆସି ସକାଳ ୮ ଘଣ୍ଟା ସମୟରେ ଲାଞ୍ଜିଗଡରୋଡ ରେଳ ଷ୍ଟେସନରେ ଓହ୍ଲାଇଥିଲେ। ଲଞ୍ଜିଗଡରୁ ନର୍ଲାରୋଡ ଆସିବା ସମୟରେ ପାଣିମୁଣ୍ଡା ଠାରେ ସଂସ୍କାର ଭାରତୀ ଟିମ ତରଫରୁ ପ୍ରଧାନ ଶିକ୍ଷକ ତପନ କୁମାର ଭୋଇଙ୍କ ନେତୃତ୍ୱରେ, ବରିଷ୍ଠ ସଦସ୍ୟ ପ୍ରମୋଦ ପରିଡା, ଲକ୍ଷ୍ମଣ ପରିଡା, ପିଣ୍ଟୁ ପରିଡା ପ୍ରମୁଖ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନର୍ଲାରୋଡ ଅଞ୍ଚଳ ଆଜି ଆନନ୍ଦ ଉହ୍ଲାସ ମଧ୍ୟରେ ଫାଟି ପଡୁଛି। ଚାରିଆଡେ ଖୁସିର ଲହରୀ। ନର୍ଲାରୋଡ ଓ ପାଣିମୁଣ୍ଡା ବାସୀଙ୍କ ଏଭଳି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାରେ ଆତ୍ମ ବିଭୋର ହୋଇ, ଏମାଟି ମୋତେ ସବୁକିଛି ଦେଇଛି। ଜୀବନର ଅଭିଳାସ ରହିଥିବା ଶିକ୍ଷକ ଜୀବନର ଶ୍ରେଷ୍ଠ ସମ୍ମାନ ଜାତୀୟ ଶିକ୍ଷକ ସମ୍ମାନ ପାଇଲି। ଏଣୁ ଏ ମାଟି, ଏଅଞ୍ଚଳ ବାସୀ ମୋର ସହକର୍ମୀ ମାନଙ୍କୁ ମୁଁ କେବେ ଭୁଲି ପାରିବି ନାହିଁ ବୋଲି ଶ୍ରୀ କର ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.