ସମ୍ବର୍ଦ୍ଧିତ ହେଲେ କବି ନରେନ୍ଦ୍ର ପ୍ରସାଦ ବେହେରା

ଖଇରା,୧୩/୭-କଟକ ଶ୍ରୀରାମଚନ୍ଦ୍ର ଭବନ ପରିସରରେ କଳ୍ପନା ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ପରିଷଦ,କଟକ ତରଫରୁ କବି ସମ୍ମିଳନୀ, ସମ୍ବର୍ଦ୍ଧନା ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହ ଦୁଇଗୋଟି ଅଧିବେଶନରେ ସମାପ୍ତ ହୋଇଥିଲା । ପ୍ରଥମ ଅଧିବେଶନ ଥିଲା କବିତା ପାଠ ଓ ସାଂସ୍କୃତିକ ସମାରୋହର ଅଧିବେଶନ । ଏଥିରେ ରାଜ୍ଯର ବିଭିନ୍ନ ସ୍ଥାନରୁ କବି କବୟିତ୍ରୀ ମାନେ ଯୋଗଦେଇ ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ । ସେଥିମଧ୍ଯରୁ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର କବି ନରେନ୍ଦ୍ର ପ୍ରସାଦ ବେହେରା ତାଙ୍କର ସ୍ବରଚିତ କବିତା “ପିସିରେ ଚାଲିଛି ଶାସନ” ପାଠକରି ଥିଲେ । ସିନିୟର ଓ ଜୁନିୟର ବିଭାଗର ଖଇରା ଅଞ୍ଚଳର ପିଲାମାନେ ଖୁବ ସୁନ୍ଦର ନୃତ୍ଯଗୀତ ପରିବେଶଣ କରିଥିଲେ । ନୃତ୍ଯଗୀତ ପାଇଁ ବିଚାରକ ଭାବେ ସୌଦାମିନୀ ତ୍ରିପାଠୀ ଓ ସନ୍ଦିପ୍ ମାଝୀ ମଞ୍ଚାସୀନ ହୋଇ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାରୀଙ୍କୁ ବାଛିଥିଲେ । ଦିତୀୟ ଅଧିବେଶନ ଥିଲା ସଭା ଓ ସମ୍ବର୍ଦ୍ଧନାର ପର୍ବ । ଏଥିରେ ବିଭିନ୍ନ ଅତିଥି ମାନେ ମଞ୍ଚାସୀନ ହୋଇ ବକ୍ତବ୍ଯ ପ୍ରଦାନ କରିଥିଲେ । ସଭା ଶେଷରେ ମଞ୍ଚାସୀନ ଅତିଥି ମାନେ ବିଭିନ୍ନ ପ୍ରତିଭାଧାରୀ ମାନଙ୍କୁ ସମ୍ମାନିତ କରିଥିଲେ । ମଞ୍ଚାସୀନ ଅତିଥିମାନେ ଉତ୍ତରୀୟ ଓ ମାନପତ୍ର ଦେଇ କବିଶ୍ରୀ ସମ୍ମାନରେ ଖଇରା କବି ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଖଇରାରୁ ଯାଇ ନୃତ୍ଯଗୀତ ପରିବେଶଣ କରିଥିବା ସିନିୟର ଓ ଜୁନିୟର ପ୍ରତିଭା ମାନଙ୍କୁ ମଧ୍ଯ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲାର କବୟିତ୍ରୀ ମମତାମୟୀ ବିଶ୍ବକଲ୍ଯାଣୀ ରାଉତଙ୍କୁ ସୁକବୟିତ୍ରୀ ସମ୍ମାନ, କବି ନାରାୟଣ ସେନାପତିଙ୍କୁ କବିବର ସମ୍ମାନ,କବୟିତ୍ରୀ ରଶ୍ମିତା ଜେନାଙ୍କୁ ଆଦର୍ଶ ଶିକ୍ଷୟିତ୍ରୀ ସମ୍ମାନ, ଦମୟନ୍ତି ରଥଙ୍କୁ କବିରତ୍ନ ସମ୍ମାନ, କବି ପ୍ରଦୀଦ ସାହୁଙ୍କୁ କବିଶ୍ରୀ ସମ୍ମାନ, କବି ଦୀନବନ୍ଧୁ ପୋଇଙ୍କୁ କବିଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଏଥିସହିତ ଅନ୍ଯ କବି କବୟିତ୍ରୀ ମାନଙ୍କୁ ମଧ୍ଯ ମଞ୍ଚାସୀନ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।

୨୪x୭ ଖବର ଓ ବିଚାର ଏଲର୍ଟ ପାଆନ୍ତୁ ହ୍ଵାଟ୍ସଆପରେ, ଏଠି କ୍ଲିକ୍ କରି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.