ଜୁଏଲସ୍ ଇଣ୍ଟରନେଶନାଲ ଚେତନା ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ: ଜୁଏଲସ୍ ଇଣ୍ଟରନେଶନାଲ୍ ଚେତନା ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ କଟକ ଜିଲ୍ଲାର ସୁବର୍ଣ୍ଣପୁର ଗ୍ରାମରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନରେ ଥିବା ମାନସିକ ସ୍ଥରରେ ଅସୁସ୍ଥ ଅନ୍ତେବାସୀ ମାନଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଅନୁଷ୍ଠାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ରଙ୍କ ସମେତ, ଲଲାଟେନ୍ଦୁ କର, ଡ଼ଃ ଭାଗିରଥୀ ମହାପାତ୍ର, ଡ଼ଃ ବିଚିତ୍ରାନନ୍ଦ ସ୍ୱାଇଁ ଯୋଗ ଦେଇଥିଲେ। ଏହି ଦିବସର‌ ମହତ୍ତ୍ଵ, ମାନସିକ ଚ଼ାପକୁ କିଭଳି ଭାବରେ ରୋକା ଯାଇପାରିବ ତାହା ସଚେତନତା ରାଲି ମାଧ୍ୟମରେ ଏବଂ ମାନସିକ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧୀୟ ଏକ ପଥପ୍ରାନ୍ତ ନାଟକ ‘ମାନସିକ ସ୍ୱାସ୍ଥ୍ୟ ଏବଂ ଅନ୍ଧବିଶ୍ୱାସ’ ଜୁଏଲସ୍ ଏଣ୍ଟରନେଶନାଲ୍ ଚେତନା ନାଲମ ପ୍ରକଳ୍ପର କର୍ମକର୍ତ୍ତାଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ଗ୍ରାମବାସୀଙ୍କୁ ସଚେତନ କରାଇବା ପାଇଁ ସମସ୍ତେ ସବୁଜ ରଙ୍ଗର ସଚେତନତା ଟୋପି ପରିଧାନ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମାନସିକ ସ୍ତରରେ ଅସୁସ୍ଥ ଅନ୍ତେବାସୀଙ୍କ ଦାୟିତ୍ୱରେ ଥିବା ସମାଜସେବା କର୍ମୀ, ସେବିକା ଏବଂ ପରିଚାରକ, ଚେତନା ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଅନେକ ଗ୍ରାମବାସୀ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ଏବଂ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ସମାଜରେ ମାନସିକ ସ୍ୱାସ୍ଥ୍ୟ ଉପରେ ସମସ୍ତଙ୍କୁ ସଚେତନତା କରାଯାଇପାରିବ ବୋଲି ବିଭିନ୍ନ ମନସ୍ତତ୍ତ୍ୱବିତ୍ ଓ ସମାଜସେବୀ ପରିପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.