ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଦ୍ବାରା ଘଣ୍ଟମାଳ ସ୍କୁଲର ନୂତନ ଶ୍ରେଣୀ ଗୃହ ଶୁଭ ଉଦ୍ଘାଟିତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ୟୂପି ସ୍କୁଲରେ ନବ ନିର୍ମିତ ଶ୍ରେଣୀ ଗୃହର ଶୁଭ ଉଦ୍ଘାଟନ କରିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି।  ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ତ୍ରୀବିକ୍ରମ ଷଢ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏନେଗ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟିକା ମନୋରମା ମହାନ୍ତି, ସମ୍ମାନୀତ ଅତିଥି ଭାବେ ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ, ଘାଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ନେତ୍ରୀ ତଥା କର୍ମେଗାଁର ପୂର୍ବତନ ସରପଞ୍ଚ ପ୍ରମିଳା ପଧାନ, ଯୁବ ନେତା ଅର୍ଜୁନ ପଧାନ, ତୁଳାପଡାର ପୂର୍ବତନ ସରପଞ୍ଚ ମନମୋହନ ନାଏକ, ଜୟନ୍ତ ଗଉଡ ପ୍ରମୁଖ ଉପସ୍ଥିତ ଥିବା ବେଳେ ଘଣ୍ଟମାଳ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.