ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରାମେଶ୍ବର ଶୈବପୀଠ

ସ୍ଵାଗତ କରୁଛି ପରିତ୍ୟକ୍ତ ପଖୋରୀ, ଅସମ୍ପୂର୍ଣ୍ଣ ପାର୍କ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ପବିତ୍ର ମହାନଦୀ, ତେଲ ନଦୀ ଓ କର୍ପୂର ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ବହୁ ପୁରାତନ ଶୈବ ପୀଠ ରାମେଶ୍ଵର ମନ୍ଦିର ଏବେ ଅବ୍ୟବସ୍ଥା ଘେରରେ। ମନ୍ଦିରକୁ ଯାଉ ଯାଉ ମୁଖଶାଳାରେ ଥିବା ବନ୍ଧଟି ପରିତ୍ୟକ୍ତ ଅବସ୍ଥାରେ ଶୋଭା ପାଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାର୍କ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏହି ବନ୍ଧର ସୌନ୍ଦଯ୍ୟ କରଣ ପାଇଁ ସ୍ଥାନୀୟ ଜନସାଧାରଣ ତଥା ଭକ୍ତ ମାନେ ଦାବୀ କରିଛନ୍ତି। ମନ୍ଦିର କୁ ଯିବା ରାସ୍ତାଟି ପୁଣି ସର୍କିଟ ହାଉସ ଠାରୁ ଖାଲ ଖମା ରେ ଭର୍ତ୍ତି। ପୁଣ୍ୟ ମାସ ଶ୍ରାବଣ ଓ କାର୍ତ୍ତିକ ମାସରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବା ବେଳେ ସାମାନ୍ୟ ପରିସ୍ରାଗାର ଟିଏ ମଧ୍ୟ ଏଠାରେ କାର୍ଯ୍ୟକ୍ଷମ ନାହିଁ। ଏଣୁ ସ୍ଥାନୀୟ ଜନସାଧାରଣ ଓ ଭକ୍ତ ମାନେ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନକୁ ଘୋର ନିନ୍ଦା କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.