ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୀର୍ଘ ୧୦ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଛି। ମହାବିଦ୍ୟାଳୟର ସମସ୍ତ ୧୮ଟି ବିଭାଗରେ ଏହି ଖେଳ ଅନୁଷ୍ଠିତ ହୋଇଥିବାବେଳେ ଆଜି ରସାୟନ ବିଭାଗ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଖେଳରେ ଉଦ୍ଭିଦ ବିଜ୍ଞାନ ବିଭାଗ ବିଜୟୀ ଲାଭ କରିଥିବାବେଳେ ରସାୟନ ବିଜ୍ଞାନ ବିଭାଗ ରନର୍ସ ଅଫ ହୋଇଥିଲା। ବିନୟ କୁମାର ମେହେରଙ୍କୁ ବେଷ୍ଟ ପ୍ଲେୟାର ଭାବରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୁଇ ଟିମକୁ ଅଧ୍ୟକ୍ଷ ଟ୍ରଫି ଉପହାର ଦେଇ ପୁରସ୍କୃତ କରିଥିବାବେଳେ ଖେଳରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ରଣବୀର ସିଂହ, ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ସୁନୀଲ କୁମାର ପାଢ଼ୀ, ପୂର୍ବତନ ଅଧ୍ୟକ୍ଷ ଡ଼. ତରୁଣ କୁମାର ପ୍ରଧାନ, କ୍ରୀଡ଼ା ଶିକ୍ଷକ ଡ଼. ସରୋଜ କୁମାର ପଣ୍ଡା, ଛାତ୍ର କଲ୍ୟାଣ ତଥା ଡିନ ପ୍ରାଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ରାଜ କୁମାର ରତେ, ଅଧ୍ୟାପକ ଡ଼. ସୁରଞ୍ଜନ ପ୍ରଧାନ, ଅଧ୍ୟାପକ ଗୁଣବନ୍ତ ସାହୁ, ଅଧ୍ୟାପକ ଶୁଭ୍ରାଂଶିଷ ବାରିକ, ଅଧ୍ୟାପକ ଚିତ୍ତରଞ୍ଜନ ଜେନା, ଅଧ୍ୟାପକ ତଥାଗତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।