ସାହିତ୍ୟ ଅକୋଦମିର ପ୍ରାକ୍ତନ ସଚିବ କେ. ଶ୍ରୀନିବାସରାଓଙ୍କୁ ‘ସୃଜନଗାଥା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ’

ପୋର୍ଟବ୍ଲେୟାରରେ ୨୬ତମ ଅନ୍ତର୍ଜାତୀୟ ହିନ୍ଦୀ ସମ୍ମିଳନୀ ଅବସରରେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସୃଜନଶୀଳ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ ଅକୋଦମିର ପୂର୍ବତନ ସଚିବ ତଥା ବିଶିଷ୍ଟ ଲେଖକ ଡକ୍ଟର କେ. ଶ୍ରୀନିବାସରାଓ ‘ସୃଜନଗାଥା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ’ ଲାଭ କରିଛନ୍ତି। ପୋର୍ଟବ୍ଲେୟାରରେ ଆୟୋଜିତ ୨୬ତମ ଅନ୍ତର୍ଜାତୀୟ ହିନ୍ଦୀ ସମ୍ମିଳନୀ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ହିନ୍ଦୀ ଭାଷା ଓ ସାହିତ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ସହିତ ସୃଜନଶୀଳ ସୃଷ୍ଟି ଓ ହିନ୍ଦୀ ସାହିତ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ସାହିତ୍ୟିକମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ହିନ୍ଦୀ ସମ୍ମିଳନୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଡକ୍ଟର ରାଓଙ୍କୁ ସୃଜନଶୀଳ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।୨୬ତମ ଅନ୍ତର୍ଜାତୀୟ ହିନ୍ଦୀ ସମ୍ମିଳନୀର ସଂଯୋଜକ ଡ. ଜୟପ୍ରକାଶ ମାନସ, ପ୍ରଖ୍ୟାତ ଭାଷାବିତ୍ ତଥା ସ୍ୱାଗତାଧ୍ୟକ୍ଷ ଡ. ଅଜୟ ପାଠକ ଏବଂ ଅଧ୍ୟକ୍ଷ ଡ. ସବିତା ମୋହନଙ୍କ ସମେତ ସାହିତ୍ୟ ତଥା ହିନ୍ଦୀ ଭାଷା ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ସମ୍ମିଳନୀ ଆୟୋଜନରେ ‘ସୃଜନଗାଥା ଡଟ୍ କମ୍, ରାୟପୁର’ ସମେତ ଦିଲ୍ଲୀର ଜୈନ ସ୍ମୃତି ସଂସ୍ଥାନ, ସୋନିପତର ଡ. ସୁରେଶ ଚନ୍ଦ୍ର ଗୁପ୍ତ/ଡ. ଊର୍ମିଳା ଗୁପ୍ତ ଧର୍ମାର୍ଥ ଟ୍ରଷ୍ଟ, ଭୁବନେଶ୍ବରର ଡ. ସଚ୍ଚିଦାନନ୍ଦ ତ୍ରିପାଠୀ ସ୍ମୃତି ସଂସ୍ଥାନ, ରାୟଗଡ଼ର ସିନ୍ଧୁ ରଥ ସ୍ମୃତି ସଂସ୍ଥାନ ଓ କର୍ଣ୍ଣେଲ ବିପ୍ଳବ ତ୍ରିପାଠୀ ସ୍ମୃତି ସଂସ୍ଥାନ, ରାୟପୁରର ରମେଶ ନୈୟର ସ୍ମୃତି ସଂସ୍ଥାନ, ଡ. ମାୟା ଠାକୁର ଫାଉଣ୍ଡେସନ୍ ଓ ଶୈଳେନ୍ଦ୍ର ପଟୱା ସ୍ମୃତି ସଂସ୍ଥାନ, ଇନ୍ଦୋରର ଡ. ଶରଦ ପଗାରେ ସ୍ମୃତି ସଂସ୍ଥାନ ଏବଂ ଡ. ବ୍ରଜବଲ୍ଲଭ ମିଶ୍ର ସ୍ମୃତି ସଂସ୍ଥାନ, ଶିରପୁର ଭଳି ଅନେକ ଅନୁଷ୍ଠାନ ସାରସ୍ବତ ଓ ସାମାଜିକ ଅନୁଷ୍ଠାନ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.