ଛନଛଡ଼ା କ୍ଲଷ୍ଟରର ୧୦ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପରୀକ୍ଷା

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଛନଛଡ଼ା କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଭାରତ ସରକାରଙ୍କ ପ୍ରାୟୋଜିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି | ଭାରତରୁ ନିରକ୍ଷରତା ଦୂର କରି ସମସ୍ତଙ୍କୁ ସାକ୍ଷର କରିବା ତଥା ଦେଶର ପ୍ରଗତିରେ ସାମିଲ କରାଇବା ଲକ୍ଷ୍ୟରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଭାରତ ସରକାରଙ୍କ ପକ୍ଷରୁ ଏହି ଅଭିନଵ ପଦକ୍ଷେପ ନିଆଯାଇଛି | ସକାଳ ୯ ଘଣ୍ଟା ରୁ ଅପରାହ୍ନ ୫ଘଣ୍ଟା ପର୍ଯ୍ୟନ୍ତ ଛନଛଡ଼ା କ୍ଲଷ୍ଟରର ୧୦ ବିଦ୍ୟାଳୟରେ ୩୦୦ ଜଣ ଚିହ୍ନଟ ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ | ବିଆରସିସି ନାରାୟଣ ଭୋଇଙ୍କ ମାର୍ଗଦର୍ଶନ ଏବଂ ସିଆରସିସି ପ୍ରମୋଦ କୁମାର ବୁଡ଼େକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା | ଗୌରାଙ୍ଗ ରଣା, ଦୁର୍ଯ୍ୟୋଧନ ସେନାପତି, ପ୍ରଦ୍ୟୁମ୍ନ ବାରିକ, କଳ୍ପନା ରାଜପଲିଆ, ସୌଦାମିନୀ ବଗର୍ତ୍ତୀ, ଦେବାନନ୍ଦ ମହାକୁର, ଜୀବର୍ଦ୍ଧନ ମେହେର, ଗଙ୍ଗାଧର ପୋଢ଼, ବୀରେନ୍ଦ୍ର ଭୁଏ, ଟିକେଚନ ବୁଡ଼େକ ପ୍ରମୁଖଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.