ବାନ୍ଦୁପଲା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ମୁରିବାହାଲ ବ୍ଲକ ବାନ୍ଦୁପଲା କ୍ଲଷ୍ଟର ଅନ୍ତର୍ଗତ, ଲେତେରମାଲ,ଚଲକି, ଖୁଜେନପାଲି, ଅନ୍ତର୍ଲା,ସରଗୁଲ, ଭଣ୍ଡାରବାଞ୍ଜି, ସନ୍ଧିବାହାଲି, ବାନ୍ଦୁପଲା, ହୀରାପୁର, ଯଇଁତରା, ନୂଆପଡା, ଜାମିଲିଶର, ବାଙ୍କେଲ, କର୍ଲା, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକ ରେ ଭାରତ ସରକାରଙ୍କ ପ୍ରାୟୋଜିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି | ଭାରତରୁ ନିରକ୍ଷର ଦୂର କରି ସମସ୍ତଙ୍କୁ ସାକ୍ଷର କରିବା ଦିଗରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା, ବିଭାଗ, ଭାରତ ସରକାରଙ୍କ ପକ୍ଷରୁ ଏହି ଅଭିନଵ ପଦକ୍ଷେପ ନିଆଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ସକାଳ ୯ ଘଣ୍ଟା ରୁ ଅପରାହ୍ନ ୫ଘଣ୍ଟା ପର୍ଯ୍ୟନ୍ତ ବାନ୍ଦୁପଲା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ ରେ ପ୍ରାୟ ୩୦୩ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି | ସମସ୍ତ ବିଦ୍ୟାଳୟର ଶିକ୍ଷକମାନେ ଏହି ପରୀକ୍ଷା ପରିଚାଳନା କରିଥିବା ବେଳେ ଚଳକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମାଝୀ ଓ ସିଆରସିସି ଲିଲୁ ମୋହନ ପ୍ରଧାନ ତଦାରଖ ଦାୟିତ୍ୱରେ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.