ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ୧୨ ଫୁଟ ବ୍ରିଜ୍ ଉପରୁ ଖସି ପଡିଲା ଟ୍ରକ, ଜଣେ ମୃତ 

ବଲାଙ୍ଗିର,୧୭/୭ : ବଲାଙ୍ଗର ସିନଖମନ ମୁଖ୍ୟ ରାସ୍ତା ରେ ଥିବା ବ୍ରିଜ ଉପରୁ ମାଲ ବୋଝେଇ ଟ୍ରକ ଜଣକୁ ଧକ୍କା ଦେବା ସହ ୧୨ଫୁଟ ବ୍ରିଜ ତଳକୁ ଖସିପଡି ଓଳଟାଯାଇଛି । ସୂଚନା ଅନୁସାରେ ବଲାଙ୍ଗୀର ଟିଟିଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ଟିଟିଲାଗଡ଼ ପଟୁ ଏକ ମାଲବଝେଇ ଟ୍ରକ ଦ୍ରୁତ ଗତିରେ ଆସୁଥିବା ବେଳେ ସିନଖମନ ବ୍ରିଜ ଉପରେ ଯାଉଥିବା ଜଣେ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲା ଫଳରେ ସାଇକେଲ ଚାଳକ ୧୨ଫୁଟ ବ୍ରିଜ ତଳେ ପଡିଯାଇଥିଲେ ଏବଂ ଟ୍ରକ ମଧ୍ୟ ତାର ଭାରସାମ୍ୟ ହରାଇ ବ୍ରିଜ ତଳେ ପଡିଯାଇଥିଲା।

ଯେଉଁଥିରେ ଆଗରୁ ପଡିଥିବା ସାଇକେଲ ଚାଳକ ଙ୍କ ଉପରେ ଟ୍ରକ ଟି ପଡିଥିଲା। ଏବଂ ଟ୍ରକ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି। ତେବେ ଟ୍ରକ ରେ କେତେ ଜଣ ଥିଲେ ଏବଂ ମୃତକଙ୍କ ପ୍ରକୃତ ସଂଖ୍ୟା ଏପ୍ରଯ୍ୟନ୍ତ ହସ୍ତଗତ ହୋଇନ ଥିବା ସୂଚନା ରହିଛି। ସେ ପଟେ ଏ ଘଟଣା ପରେ ସେଠିକାର ସ୍ଥାନୀୟ ଲୋକେ ରାସ୍ତା ରୋକ କରି ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଧ ରଖିଥିଲେ। ଯାହା ଫଳରେ ଯାତାୟାତ ରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପଟେ ବଲାଙ୍ଗୀର ସଦର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣା ପରେ ସିନଖମନ ଗ୍ରାମରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଛି। 


ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.