ଟମାଟୋ ବୋଝେଇ ପିକ୍ଅପ୍ ଦୁର୍ଘଟଣା, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ଡଙ୍ଗରୀଗୁଡା ବୁଲାଣି ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟମାଟୋ ବୋଝେଇ ପିକ୍ଅପ୍ ଭ୍ୟାନ ଦୁର୍ଘଟଣା ଗସ୍ତ ହୋଇଛି। ଏଥିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଡ୍ରାଇଭର ଭବାନୀ ଶଙ୍କର ମାଝୀ(୨୪) ଓ ହେଲପର ପ୍ରହଲ୍ଲାଦ ମାଝୀ(୨୨) ଗୁରୁତର ଆହତ ହୋଇଛନ୍ତି।‌ ସୂଚନା ଅନୁସାରେ, ଜୟପୁରରୁ ବଲାଙ୍ଗିରକୁ ଟମାଟୋ ବୋଝେଇ କରି ଯାଉଥିବା ଏହି ପିକ୍ଅପ୍ ଭ୍ୟାନ୍ ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି ଜିଲ୍ଲା କୋକସରା ଥାନା ଡଙ୍ଗରୀଗୁଡା ବୁଲାଣି ଢ଼ାବା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଂକର ଥିଲାଯେ ପିକ୍ଅପ୍ ଭ୍ୟାନ୍ ଆଗପଟ ଚୁରମାର ହୋଇଯାଇଛି। ଦୁର୍ଘଟଣା ପରେ ପିକ୍ଅପ୍ ଭ୍ୟାନ୍ ଭିତରେ ଡ୍ରାଇଭର ଓ ହେଲପର ଫସି ରହିଥିଲେ। ସ୍ଥାନୀୟ ଲୋକେ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହିଞ୍ଚି ଗାଡ଼ିରେ ଫସି ରହିଥିବା ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଠା କରିଥିଲେ ମଧ୍ୟ ସଫଲ ହୋଇ ନଥିଲେ। ଏହାପରେ ଭବାନୀପାଟଣା ଅଗ୍ନିଶମ କର୍ମଚାରୀ ମାନଙ୍କ ସହଯୋଗରେ ଦିର୍ଘ ସମୟର ପରିଶ୍ରମ ପରେ ଡ୍ରାଇଭର ଓ ହେଲପରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଡ୍ରାଇଭର ଭବାନୀ ଶଙ୍କର ଓ ହେଲପର ପ୍ରହଲ୍ଲାଦ କୁ ଡ଼ାକ୍ତର ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ଉଦ୍ଧାର କାର୍ଯ୍ୟରେ ଭବାନୀପାଟଣା ଅଗ୍ନିଶମ ବିଭାଗର କର୍ମଚାରୀ ସୁଶୀଲ ତାଣ୍ଡି, ପ୍ରମୋଦ ସାହୁ, ଗୋଲକ ବିହାରୀ ଶବର, ଦିନେଶ ପ୍ରସାଦ ବାରିକ, ତୁଲାରାମ ସାହୁ, କୋକସରା ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ କୁମାର ବାଘ, ସୁନୀଲ ରଞ୍ଜନ ବରଲା, ମନୋଜ କୁମାର ବିଶ୍ୱାଳ, ରାଧେଶ୍ୟାମ ପ୍ରଧାନୀ, ଦିଗାମ୍ବର ଶବର, ହେମନ୍ତ ନାଏକ ପ୍ରମୁଖ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.