ଅନ୍ତଃ ଜିଲ୍ଲା ଜୁନାଗଡ଼ କପ କ୍ରିକେଟ ଟୁର୍ଣାମେଣ୍ଟ ପାଇଁ ଦିନ ଧାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ପ୍ରତି ବର୍ଷ ପରି ଜୁନାଗଡ଼ କପ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ନିଜ ରେଡ ଷ୍ଟାର ସ୍ପୋର୍ଟ କ୍ଲବ ର ଏକ ସଭା ଅନୁଷ୍ଠିତ ହୋଇଯାଇଛି। କ୍ଲବ ସଭାପତି ହିମାଂଶୁ ବରାଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜୁନାଗଡ଼ର ବରିଷ୍ଠ କଳାକାର ସ୍ୱର୍ଗତ ରୁଦ୍ର ପ୍ରସାଦ ସାହୁଙ୍କ ନାମରେ ଏହି ବର୍ଷ ମେମୋରିଆଲ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ବରଗଡ ବ୍ଲୁ ଡାଇମଣ୍ଡ, ବଲାଙ୍ଗୀର ନାଏକ ଏକାଡେମି, ପାଟଣାଗଡ କ୍ରିକେଟ କ୍ଲବ, ଜୟପୁର ଓରିୟନ, କେଡିସିଏ ଭବାନୀପାଟଣା, ଧର୍ମଗଡ଼ ଏମ ବି ଉଆଇ ସି, ଜୁନାଗଡ଼ ଏନ ଆର ଏସ ଏସ ସି, କେସିଙ୍ଗା କେ ସି.ଏ. ବ୍ରହ୍ମପୁର ଆଲଫା, ଯେ କେ ସ୍ପୋର୍ଟ କ୍ଲବ ଜେ କେ ପୂର, ନବରଙ୍ଗପୁର ସନ ସାଇନ ଭଳି ବାର ଗୋଟି ଟିମ କୁ ନେଇ ଆସନ୍ତା ୧୩ ଡିସେମ୍ବରରୁ ଆରମ୍ଭ ହୋଇ ୨୩ ଡିସେମ୍ବର ରେ ଫାଇନାଲ ଖେଳ ହେବା ପାଇଁ ସ୍ଥିରୀକୃତ ହୋଇଛି। ଏହି ସଭାରେ ଚିଫ ଏଜିକୁଟିଭ ସମୀର ସାହୁ, ଉପସଭାପତି ସରୋଜ କୁମାର ପଣ୍ଡା, ସୁଧାଂଶୁ ଶେଖର ବରାଡ଼, ଅର୍ଗାନଯେସନ ସମ୍ପାଦକ ମାନସ ସାହୁ, କୋଷାଧକ୍ଷ ଦିଲୀପ ପଣ୍ଡା, ଦୀପକ ସାହୁ, ପପୁ ପଣ୍ଡା, ପରେଶ ପଣ୍ଡା, ନୀତିଶ ମହାପାତ୍ର, ଚକ୍ରଧର ବାଗ, ସଚିନ ଅନ୍ଧାନୀ, ରଞ୍ଜନ ରାଉତ, ରାକେଶ ବେମାଲ, କହ୍ନେଇ ରାଉଳ, ଜଗା ମହାନ୍ତି, ସୁରେଶ ବାଗ, ଜିତୁ ନାଏକ,ରମଣୀ ପଣ୍ଡା, ସୁଜିତ ପଣ୍ଡା, ନିହାର ପଣ୍ଡା, ଦିବ୍ୟ ଦୀପ, ସହ ସମ୍ପାଦକ କାଳିଆ କନ୍ଦପାନ, ରୁନୁ ପଣ୍ଡା ଏବଂ ରେଡ ଷ୍ଟାର ସ୍ପୋର୍ଟସ କ୍ଲବର ଖେଳାଳି ମୁକେଶ ପୋଡ଼, ସନ୍ତୋଷ ପୃଷ୍ଟି, ସୁରଜ ଓ ସମସ୍ତ ଖେଳାଳି ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.