ସୁଜନ ନାଗ ଫୁଟବଲ୍ ଉଦଘାଟିତ, ସେମିରେ ତରଭା ଦଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସୁଜନ ନାଗ ଏକାଡେମୀ ପକ୍ଷରୁ ସ୍ଥାନୀୟ ରୟାଲ ପଡ଼ିଆରେ ୧୨ତମ ରାଜ୍ୟସ୍ତରୀୟ ସୁଜନ ନାଗ ସ୍ମାରକୀ ଫୁଟ୍‌ବଲ ପ୍ରତିଯୋଗିତା ଉଦଘାଟିତ ହୋଇଛି। ସୋମବାର ପ୍ରଥମ ଦିନର ମ୍ୟାଚ୍ ବରଗଡ଼ ରୟାଲ ଷ୍ଟାର ଏଫସି ଏବଂ ତରଭା ରିଜୁଲ୍ ଏମଏଫସି ମଧ୍ୟରେ ହୋଇଥିଲା ବେଳେ ଧାର୍ଯ୍ୟ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଫଳରେ ଟାଇବ୍ରେକର ରେ ୫-୪ ଗୋଲ୍‌ରେ ତରଭା ଦଳ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ଶ୍ରେଷ୍ଠ ମିଡଫିଲଡ ମୋହନ ମାଝୀ, ଶ୍ରେଷ୍ଠ ଡିଫେନ୍ସ ସୁନୀଲ ଲୁଇସ, ଶ୍ରେଷ୍ଠ ଉଇଙ୍ଗର ଅମର ଖାଡ଼ିଆ, ଶ୍ରେଷ୍ଠ ଗୋଲକିପର କୁବେର ଚିର୍ଗୁଣ ଏବଂ ହିରୋ ଅଫ୍ ଦ ମ୍ୟାଚ୍ ଦେବରାଜ ସା ପୁରସ୍କୃତ ହୋଇଥିଲେ। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅରବିନ୍ଦ ବାରିକ, ସନ୍ତୋଷ ପୂଝାରୀ, ଗାୟତ୍ରୀ ପାଣିଗ୍ରାହୀ, ରାଧାକାନ୍ତ ମହାକୁଡ଼, ସ୍ବରୂପ ପାତ୍ର, ହରିଶଙ୍କର ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ରେଫରି ଭାବରେ ଦୀନେଶ ପଧାନ, ସହଯୋଗୀ ସନ୍ତୋଷ ପଧାନ ଏବଂ ମ୍ୟାଚ କମିସନର ଭାବରେ ଜଗତ ଜଗଦଲା ଖେଳ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.