ଦିନିକିଆ ସଇଁନ୍ତଲା ଗସ୍ତରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଆ ବାର୍ତ୍ତା/ ସଇଁନ୍ତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲାକୁ ଆଜି ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦିନିକିଆ ଗସ୍ତରେ ଆସିଥିବାବେଳେ ମନ୍ତ୍ରୀଙ୍କୁ ପ୍ରଥମେ ସଇଁତଲା ନବୀନ ଛକ ଠାରେ ଶତାଧିକ ବିଜେପି କର୍ମୀ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ | ମନ୍ତ୍ରୀ ଦଳୀୟ କର୍ମୀଙ୍କ ଠାରୁ ଅଞ୍ଚଳର ସମସ୍ୟା ସମ୍ବନ୍ଧରେ ପଚାରି ବୁଝିଥିଲେ | ପରେ ଟିଟିଲାଗଡ ବିଧାୟକ ନବୀନ ଜୈନ ଓ ଅନ୍ଯାନ୍ଯ ଅତିଥିମାନଙ୍କ ସହିତ ମନ୍ତ୍ରୀ ସଇଁନ୍ତଲା କନ୍ୟାଶ୍ରମକୁ ଯାଇ ସେଠିକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ | ସେଠାରେ ମନ୍ତ୍ରୀ ଶତାଧିକ ଛାତ୍ରୀଙ୍କୁ ଉଦବୋଧନ ଦେବା ସହ ବୃକ୍ଷରୋପଣ କରିଥିଲେ | ଏହି ଅବସରରେ ଛାତ୍ରୀଙ୍କ ଦ୍ବାରା ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ସଇଁତଲା ସରପଞ୍ଚ ସୁବ୍ରତ ନାଗ, ବିଜେପି ଜିଲ୍ଲା ସଭାପତି ଗୋପାଲଜୀ ପାଣିଗ୍ରାହୀ, ଡୋଳାମଣି ବସ୍ତିଆ, ବିମଳ ଶର୍ମା, ମୋହନ ନାଏକ, ଦର୍ଶନ ପଧାନ, ରସାନ୍ତ ସାହୁ, ତ୍ରଳକ୍ଷ ସାହୁ, ଗୋବର୍ଦ୍ଧନ ତ୍ରିପାଠୀ, ରାମେଶ୍ବର ସାହୁ, ଜଗଦିଶ ସାହୁ,  କୈଳାସ ରଣାଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.