କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫: ଧର୍ମଗଡ଼ରେ ସାଇକେଲ ରେସ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଧର୍ମଗଡ଼ ଠାରେ ବୁଧବାର ଦିନ ଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ବିଭିନ୍ନ ପ୍ରତିଯୋଗତା ଆରମ୍ଭ ହୋଇଛି। ମହିଳାଙ୍କୁ ନେଇ ହୁଳହୁଳି ଝୋଟି, ଭଳିବଳ କ୍ରିକେଟ, ମହିଳା, ପୁରୁଷ ଗଣ ଦୌଡ଼ ପ୍ରତିଯୋଗତା ଶେଷ ହୋଇଯାଇଛି। ମଙ୍ଗଳବାର ଦିନ ପୁରୁଷ ଓ ମହିଳାଙ୍କ ସାଇକେଲ ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ଧୀମାନ ଚମକା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ତାଙ୍କ ସହଧର୍ମିଣୀ ପ୍ରତିଯୋଗୀଙ୍କୁ ଉତ୍ସାହ କରିବାକୁ ସାମିଲ ହୋଇ ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ପାଳଟିଥିଲେ। ପୁରୁଷ ବିଭାଗ ପ୍ରତିଯୋଗିତା ବେହେରା କଲେଜ ଠାରୁ ଆରମ୍ଭ ହୋଇ କଳାହାଣ୍ଡି ଉତ୍ସବ ପଡିଆ ପଯ୍ୟନ୍ତ ଆସିଥିଲେ। ଏହି ରେସରେ ପୁରୁଷ ବିଭାଗରେ ବଳଧିଆମାଲ ଗ୍ରାମର କୃପା ସିନ୍ଧୁ ଖରସେଲ ପ୍ରଥମ ହୋଇଥିବା ବେଳେ ମିର୍ଜାପୁର ଗ୍ରାମର କବି ଆନନ୍ଦ ସୁନାନୀ ୨ୟ ଓ ମିର୍ଜାପୁର ଗ୍ରାମର ରମେଶ ନାଗ ତୃତୀୟ ହୋଇଥିଲେ। ସେଭଳି ମହିଳା ସାଇକେଲ ରେସ ପର୍ଲା ମିନି ଷ୍ଟାଡିୟମ ଠାରୁ ଉତ୍ସବ ପଡିଆ ପଯ୍ୟନ୍ତ ହୋଇଥିଲା। ଏଥିରେ ପର୍ଲା ଅନନ୍ତ ପ୍ରସାଦ ଦାସ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସଂଯୁକ୍ତା ଗୋପାଳ ପ୍ରଥମ ହୋଇଥିବା ବେଳେ ସେହି ବିଦ୍ୟାଳୟ ର ଛାତ୍ରୀ ବୃନ୍ଦାବତୀ ଗୋପାଳ ୨ୟ ଓ ବଦବସୁଲ ପି ୟୁ ପି ଏସ ଛାତ୍ରୀ ଯୁଗମଣି ଶବର ତୃତୀୟ ହୋଇଥିଲେ। ଏହିକାର୍ଯ୍ୟକ୍ରମରେ ହିମାଂଶୁ ପଣ୍ଡା, ପର୍ଲା ସରପଞ୍ଚ ବ୍ରିଜଲାଲ ନାଏକ, ଲକ୍ଷ୍ମୀକାନ୍ତ ବାଗ, କଳାହାଣ୍ଡି ଉତ୍ସବ କମିଟି ସଦସ୍ୟ ବୃନ୍ଦ ସାମ୍ବାଦିକ ଇଙ୍ଗିତ ପଣ୍ଡା, ଉମେଶ ଦୁରିଆ, ବ୍ରଜେଶ ପଣ୍ଡା, ଲକ୍ଷ ଜ୍ୟୋତି ଜାଲ, ସୁବାସ ବାଗ, ସୁଧୀର ବାଗ, ସୁଧୀର ଗୋପାଳ, ଦିଲ୍ଲୀପ ଦୁରିଆ, ସୋଭିତ ଗାନ୍ଧୀ, ସେତୁରାମ ଭକ୍ତ ସମେତ ପୋଲିସ ପ୍ରଶାସନ ସହଯୋଗ କରିଥିବା ବେଳେ ଖେଳ ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ପରିଚାଳନା କରିଥିଲେ। ଉତ୍ସବ ପଡିଆ ଠାରେ ସଫଳ ପ୍ରତିଯୋଗୀ ମାନଙ୍କୁ ପୂର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ ସମେତ କମିଟି ସଦସ୍ୟ ମାନେ ସମର୍ଦ୍ଧନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.