ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ ଜୟପାଟଣା (ରଜତ ବଂଶଲ/ ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅରେବେଡା ସ୍ଥିତ ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକାଦଶ ଶ୍ରେଣୀ ଛାତ୍ରୀ ମାନଙ୍କୁ ନେଇ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ହିମାଂଶୁ ଶେଖର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବଡକୁଟୁରୁ ଫାଣ୍ଡି ଅଧିକାରୀ ଶିବଶଙ୍କର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମବିଶ୍ବାସ ଦ୍ୱାରା ଯେକୌଣସି ଆହ୍ୱାନର ମୁକାବିଲା କରିହେବ ବୋଲି ପରାମର୍ଶ ଦେଇଥିଲେ। ସେହିପରି କାର୍ଯକ୍ରମ ନିର୍ବାହୀ ଅଧିକାରୀ ତଥା ଅଧ୍ୟାପକ ତପନ କୁମାର ପଣ୍ଡା ଆତ୍ମସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ଲିପିକା ପଟେଲ ସମସ୍ତ ଛାତ୍ରୀଙ୍କୁ ଆଠ ଦିନ ଧରି ତାଲିମ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ର ୫୪ଜଣ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ଅନିଲ କୁମାର ବେହେରା, ଜୟନ୍ତ କୁମାର ଶତପଥୀ, ଅଧ୍ୟାପିକା ସଂଯୁକ୍ତା ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ବିଜୟ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.