ଚଚରାଗୁଡାରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ଅଷ୍ଟମ ସମୀକ୍ଷା ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚଚରା ଗୁଡାରେ ମୌଳିକ ଓ ସଂଖ୍ୟା ଜ୍ଞାନ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ତରଫରୁ ସ୍ଵାଗତ ଓ କାର୍ଯ୍ୟସୂଚୀ ପ୍ରଦାନ, ବିଦ୍ୟାଳୟ ପରିଦର୍ଶନ, ପୂର୍ବ ବୈଠକରେ ଆଲୋଚନା, ମୌଳିକ ସାକ୍ଷରତା ଓ ଭାଷାଜ୍ଞାନ, ଜାନୁୟାରୀ ମାସର ପାଠ ଯୋଜନା, ଶ୍ରେଣୀ ପରିଚାଳନାରେ ଏ ପାଖ ସେ ପାଖ, ଟ୍ରାକର ରେଜିଷ୍ଟାର ଆଲୋଚନା, ପରୀକ୍ଷା ପେ ଚର୍ଚ୍ଚା, ନିପୁଣ ଓଡିଶା ଗଠନରେ ଶିକ୍ଷକର ଭୂମିକା, ଏଫ .ଏଲ .ଏନ୍. ପାଇଁ ପ୍ରତି ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ଯୋଗଦାନ କରିବେ ତାଲିକା ପ୍ରଦାନ କରିବା ପାଇଁ ମତ ପ୍ରଦାନ କରାଯାଇଥିଲା। ଆସନ୍ତା ଦିନରେ ୟୁଏଏସ ଆପରେ ସମସ୍ତ ପାଇଁ କାମ କରିବା ଦାୟିତ୍ଵ ପୂର୍ଣ୍ଣବାବଦରେ ସିଆରସିସି ଆଲୋକ ପାତ କରିଥିଲେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଅନଲାଇନ କରିବା, ନିପୁଣ ଓଡ଼ିଶାର ପତ୍ରିକା ସମସ୍ତ ପ୍ରଧାନ ଶିକ୍ଷକକୁ ପ୍ରଦାନ କରାଯାଇଥିଲା। ଵୈଠକରେ ପ୍ରଧାନ ଶିକ୍ଷକ ଦୈତାରୀ ପୂଜାରୀ, ରଞ୍ଜନ ମୋହନ ଖୁରା, ମୋହନ ନାୟକ, ଲିଙ୍ଗରାଜ ସାହୁ, ସୋମନାଥ ମାଝୀ, ଏଫ ଏଲ ଏନ୍ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ ସହ ଅଂଶ ଗ୍ରହଣ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଵାଵୁଲାଲ ବୈଠକରେତରଫରୁ ଏଫ. ଏଲ .ଏନ୍.ର ଟି. ଏଲ .ଏମ. ନିୟମ ଆଧାରରେ କ୍ରୟ କରିବା ସହ ଆଲୋଚ୍ୟ ବିଷୟ କୁ ପିଲାଙ୍କ ପାଖରେ ପଞ୍ଚାଇବାକୁ ଶିକ୍ଷକ ଭାବେ ଦାୟିତ୍ୱ ବୋଧତା ରେ କାର୍ଯ୍ୟ କରିବାକୁ ମତ ଦେଇଥିଲେ। ସମସ୍ତକୁ ଧନ୍ୟବାଦ ଅର୍ପଣ କରି ଶଙ୍କର ସୁନା ବୈଠକ ସମାପ୍ତ ଘୋଷଣା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.