ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ବିଦ୍ୟାଦାତ୍ରୀ ଦେବୀ ସରସ୍ଵତୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରିନ୍ସପାଲ କୈଳାଶ ସା ପୂଜା କର୍ତ୍ତା ଭାବେ ଆସିନ ହୋଇଥିବାବେଳେ ସୁକଦେବ ପାଢ଼ୀ ପୂଜନ କାର୍ଯ୍ୟ ସଂପାଦନ କରିଥିଲେ। ଶୋଭା ମଞ୍ଜରୀ ପଧାନ ପୂଜା ପରିଚାଳନା କରିଥିବାବେଳେ ଅର୍ଚ୍ଚନା କୁମାର, ବିଭୁତି ଭୋଇ, ମମତା ମାଝୀ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେବୀ ସରସ୍ଵତୀଙ୍କ ପୂଜା କରିବାସହ ଆଶିର୍ବାଦ କାମନା କରିଥିଲେ।