ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ମହୋତ୍ସବ କମିଟି ଦ୍ୱାରା ଏକ ଦିବସିୟ ଫୁଟବଲ ପ୍ରତିଯୋଗୀତା ସ୍ଥାନୀୟ ଭୈରବ ଖେଳ ପଡିଆ ଠାରେ ଆଜି ଅନୁଷ୍ଟିତ ହୋଇଯାଇଛି । ଏଥିରେ ଜୁନାଗଡ଼ ମହୋତ୍ସବର କୋର କମିଟିର ଈଶ୍ୱର ପୁଝାରି ଓ ଅଶୋକ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଏଥିରେ ୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳ ଜୁନାଗଡ଼ ଏଫସି ଏବଂ ଜୟ ଦୁର୍ଗା ଏଫସି ମଧ୍ୟରେ ହୋଇଥିଲା । ଏଥିରେ ଜୟ ଦୁର୍ଗା ଏଫସି ୧-୦ ଗୋଳରେ ବିଜୟ ଲାଭ କରିଥିଲେ । ଏହି ଖେଳକୁ ନିର୍ମଳ ଦଣ୍ଡସେନା, ଶଙ୍କର ପୋଡ଼, ରାଜେନ୍ଦ୍ର ଲହଜଲ ଏବଂ ଫିରୋଜ କୁମାର ଦଳପତି ପରିଚାଳନା କରିଥିଲେ । ଏଥିରେ କ୍ରୀଡା କମିଟିର ମୁଖ୍ୟ ଦୁର୍ଗା ସିଂ, ଦିଲିପ କୁମାର ଧଙ୍ଗଡ଼ା ମାଝି, ଯୀଶୁରାମ ଗୋପାଳ ଏବଂ ଦିଲିପ ପଣ୍ଡା ମୁଖ୍ୟ ଦାୟିତ୍ୱ ବହନ କରିଥିଲେ । ବିଜେତା ଓ ଉପ ବିଜେତା ଦଳକୁ ଜୁନାଗଡ଼ ମହୋତ୍ସବ ରେ ପୁରସ୍କୃତ କରାଯିବ । ଆସନ୍ତା କାଲି ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା । ଦୁଇ ଦିନ ଧରି ଜୁନାଗଡ଼ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଟିତ ହେବ ବୋଲି ଜୁନାଗଡ଼ ମହୋତ୍ସବର ସମ୍ପାଦକ ହିମାଂଶୁ ଶେଖର ବରାଡ଼ ସୂଚନା ଦେଇଛନ୍ତି ।