୫୦ କେଜି ଗଞ୍ଜେଇ ସହ ଓଟୋ ରିକ୍ସା ଜବତ, ୨ ଗିରଫ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରକ୍ସା ଛକ ପାଖରୁ ଜିଲ୍ଲା ଅବକାରୀ ବିଭାଗ ଦୁଇ ଜଣ ଚୋରା ଚାଲାଣ କରୁଥିବା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ସୋନପୁର – ସମ୍ବଲପୁର ରାସ୍ତାରେ ଯାଞ୍ଚ କରୁଥିବା ବେଳେ ବୌଦ୍ଧ ପଟରୁ ଆସୁଥିବା ଏକ ବଜାଜ ଓଟୋ ରିକ୍ସା ନଂ UP 55 -T-6356 କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୨ଟି ଜରି ଅଖାରେ ଭର୍ତ୍ତି ଥିବା ୫୦ କେଜି ଗଞ୍ଜେଇ ଜବତ କରିବା ସହ ଗାଡିରେ ଥିବା ୨ ଜଣ ବେପାରୀ ବିହାରର ବୁକ୍ସାସରା ଜିଲ୍ଲା ଖତିବା ନିବାସୀ ଚନ୍ଦନ କୁମାର ଗୋଡ଼,(୨୭) ବିଜୟ ରାଜବର (୨୬) ଗିରଫ କରିଛି ଅବକାରୀ ବିଭାଗ। ଅବକାରୀ ଏସପି ପ୍ରବୀର ସାମଲଙ୍କ ନିର୍ଦ୍ଦେଶରେ ଏହି ଚଢାଉରେ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସାଙ୍କ ନେତୃତ୍ଵରେ ବିଭାଗର ଏସଆଇ ଭରତ ମିଶ୍ର, ଏଏସଆଇ ଲୋକନାଥ ବେହେରା, ସନ୍ତୋଷ କୁମାର ସ୍ଵାଇଁ, ଦେବେନ୍ଦ୍ର ବରିହା,ରେଣୁକାନ୍ତ ଭୋଇ, ସୁଜାତା ଭୋଇ କର୍ମଚାରୀ ମାନେ ଚଢାଉ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ। ତେବେ ଅଭିଯୁକ୍ତ ମାନଙ୍କୁ ବୁଧବାର ଦିନ କୋର୍ଟ ଚଲାଣ କରାଯିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.