ଅଜଣା କାର ଧକ୍କାରେ ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଚିଲିଗୁଡା ମଝିରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଏକ ଅଜଣା କାର ବାଇକକୁ ଧକ୍କା ଦେଇ ଫେରାର ହୋଇଛି। ତେବେ ଦୁର୍ଘଟଣାରେ ବାଇକ୍ ଚାଳକ ସାମାନ୍ୟ ଆହତ ହୋଇଥିବାବେଳେ ସାଥିରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଜଣକ ରେଙ୍ଗାଲପାଲି ଗ୍ରାମର ଚୈତନ୍ୟ ମାଝି(୫୮) ଓ ଆହତ ଯଯାତି ନାଏକ(୫୩) ବୋଲି ଜଣାପଡ଼ିଛି। ସେମାନେ ଆଜି କୋକସରାରୁ ବ୍ୟାଙ୍କ କାମ ସାରି ନିଜ ଗାଁକୁ ବାଇକ୍ ଯୋଗେ ଫେରୁଥିଲେ। ଏହି ସମୟରେ କୋକସରା ପେଟ୍ରୋଲ ପମ୍ପ ନିକଟରେ ଆମପାଣି ପଟୁ ଆସୁଥିବା ଏକ ଅଜଣା କାର ସେମାନଙ୍କ ବାଇକକୁ ଧକ୍କା ଦେଇ ଦ୍ରୁତ ଗତିରେ ମୋଟେର ପଟେ ଫେରାର ହୋଇଥିଲା। ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ବାଇକ୍ ଚାଳକ ଯଯାତି ସାମାନ୍ୟ ଆହତ ହୋଇଥିବା ଥିବାବେଳେ ଚୈତନ୍ୟ ଗୁରୁତର ଅବସ୍ଥାରେ ପଡିରହିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ କୁମାର ବାଘ, କର୍ମଚାରୀ ମନୋଜ କୁମାର ବିଶ୍ୱାଳ, ହେମନ୍ତ ନାଏକ, ସତ୍ୟମ ମାଝୀ, ସୁନୀଲ ରଞ୍ଜନ ବାରଲା ପ୍ରମୁଖ ଦୁର୍ଘଟଣା ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚୈତନ୍ୟ ଗୁରୁତର ଥିବାବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଗାଡ଼ି ଯାହାର ନମ୍ୱର (ଡବ୍ଳୁବି ୩୦ଟି୧୯୧୭) ହୋଇଥିବା ନେଇ ପୁଲିସକୁ ଜଣାଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.