ସୁବର୍ଣ୍ଣପୁରର ନୂତନ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ନୂତନ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶଙ୍କୁ ସୋନପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ସାହା ଗେଷ୍ଟ ହାଉସ ସଭା ଗୃହରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ନଗର ମଣ୍ଡଳ ସଭାପତି ସୁରେଶ ବିଶ୍ଵାଳ ପୌରହିତ୍ୟ କାର୍ଯ୍ୟକ୍ରମରେ ନୂତନ ଭାବେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ନିଯୁକ୍ତ ହୋଇଥିବା ବେଣୁଧର ଦାଶଙ୍କୁ ପ୍ରାରମ୍ଭରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ର ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏବଂ ନୂତନ ସଭାପତି ଶ୍ରୀଯୁକ୍ତ ଦାଶଙ୍କ ନେତୃତ୍ବରେ ଜିଲ୍ଲାରେ ବିଜେପି ଦଳ ନିଶ୍ଚିତ ଭାବେ ଶକ୍ତିଶାଳୀ ହେବ ଏବଂ ଏଥିରେ ସମସ୍ତ କାର୍ଯ୍ୟକର୍ତାଙ୍କ ସହଯୋଗର ଆବଶ୍ୟକ‌ତା ରହିଛି ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନୂତନ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାଶ ନିଜ ବକ୍ତବ୍ୟରେ କହିଥିଲେ ଯେ, ତୃଣମୂଳସ୍ତରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତା ନିଷ୍ଠାର ସହ ସଂଗଠିତ ହୋଇ ଦଳ ପାଇଁ କାର୍ଯ୍ୟ କରିବାକୁ ପଡିବ। ସେହିପରି ନିଷ୍ଠା, ଧର୍ଯ୍ୟ ଏବଂ ଅଧ୍ୟବସାୟ ହେଉଛି ସବୁ ସଫଳତାର ମାପ କାଠି। ଏଣୁ ସମସ୍ତ କାର୍ଯ୍ୟକର୍ତା ଏହି ନିମୟ ପାଳନ କରି ବୁଥସ୍ତରରୁ ଦଳ ପାଇଁ କାର୍ଯ୍ୟ କରିବା ପାଇଁ ଶ୍ରୀଯୁକ ଦାଶ ଏହି ଅବସରରେ ଆହ୍ଵାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦଙ୍କ ପୌରପରିଷଦ ପ୍ରତିନିଧି ଶିବରାମ ସାହୁ ସଂଯୋଜନା କରିଥିଲେ। ଏହି ବୈଠକରେ ନଗର ମଣ୍ଡଳର ଦୀପକ କୁମାର ମହାପାତ୍ର, କାଉନସିଲର ସୁକାନ୍ତ ସାହୁ, ପର୍ଶୁରାମ ମିଶ୍ର, ଦାଶରଥ ମେହେର, ବିବେକାନନ୍ଦ ମିଶ୍ର, ସନ୍ତୋଷ କୁମାର ପଧାନ, ବିକ୍ରମ ମିଶ୍ର, ସୁରୁବାବୁ ସାହୁ, ଅନନ୍ତ ମିଶ୍ର, ଶ୍ରୀକାନ୍ତ ପାଣିଗ୍ରାହୀ, ରାଜେଶ ସାହୁ, କୈଳାସ ସାହୁ, ତ୍ରିଲୋଚନ ତରିଆ, ବିକ୍ରମ ଅଗ୍ରୱାଲ, ସୂର୍ଯ୍ୟ ନାରାୟଣ ବେହେରା, ବଡବାବୁ ବକ୍ସି, ମନୋଜ ସା, ମନୋଜ ସାହୁ ପ୍ରମୁଖଙ୍କ ସହ ବହୁ ନଗର ମଣ୍ଡଳର କାର୍ଯ୍ୟକର୍ତା ଉପସ୍ଥିତ ରହି ନୂତନ ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.