ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପଲମ କ୍ଲଷ୍ଟର୍ ଅନ୍ତର୍ଗତ ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପଲମ ସିଆରସିସି ଡିଲେଶ୍ୱର ରଣା, ସମ୍ମାନିତ ଅତିଥି ଭାବରେ ରେନ୍ଦାବାହାଲି ପ୍ରଧାନ ଶିକ୍ଷକ ଗୋବିନ୍ଦ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଘନଶ୍ୟାମ ଧରୁଆ, ସାଲେଭଟା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦାଚରଣ ଧରୁଆ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଧାନ ଶିକ୍ଷକ ଯୁବରାଜ ଜାନୀ ବାର୍ଷିକ ବିବରଣୀ ପାଠ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶିକ୍ଷୟିତ୍ରୀ ନିୟତି ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଶିକ୍ଷକ ବିଶ୍ବମ୍ବର ପରିଡ଼ା ଧନ୍ୟବାଦ ଦେଇଥିବା ବେଳେ ଶିକ୍ଷକ ଜ୍ଞାନେନ୍ଦ୍ର ଗହିର ସଭା ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.