ବଲାଙ୍ଗୀର କପ କ୍ରିକେଟ ମହା ସମର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗୀର ପୃଥିରାଜ ହାଇସ୍କୁଲ ଖେଳ ପଡିଆରେ ମାର୍ଚ୍ଚ ଏକ ତାରିଖ ଠୁ ଶୁଭାରମ୍ଭ ହୋଇଯାଇଛି। ବଲାଙ୍ଗୀର କ୍ରିକେଟ ଏକାଡେ଼ମୀ ତରଫ ରୁ ଡ୍ୟୁସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି।ତେବେ ପ୍ରଥମ ଦିନର ଶୁଭ ଉଦ୍ ଘାଟନ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କରିଥିଲେ । ବଲାଙ୍ଗୀର ଟୁର୍ଣ୍ଣାମେଣ୍ଟରେ ଆଜି ର ଉଦଘାଟନି ମ୍ୟାଚ ରେ ବ୍ଲାଷ୍ଟର ଦଳ ବନାମ ୟୁନିଭରସିଟି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ରେ ୟୁନିଭରସିଟି ଦଳ ବିଜୟୀ ହୋଇଥିଲା ।ଦିନ ଦି ଟାରେ ଦ୍ୱିତୀୟ ମ୍ୟାଚ୍ ରେ ନାୟକ ଏକାଡେ଼ମୀ ବନାମ ୱାଇ ଏସ ସି ମଧ୍ୟରେ ହୋଇଥିବା ବେଳେ ନାୟକ ଏକାଡେ଼ମୀ ବିଜେତା ହୋଇଛି। ଯେଉଁଥିରେ ଚାରି ଦିନ ଧରିଚାଲିଥିବା ବଲାଙ୍ଗୀର କପ୍ ଟୁର୍ଣ୍ଣାମେଣ୍ଟରେ ୨୦ ଓଭର ବିଶିଷ୍ଟ ମ୍ୟାଚ୍ ହେବ ଓ ପ୍ରତିଦିନ ଦୁଇଟି ମ୍ୟାଚ୍ ଖେଳ ହେବ।ଯାହାକୁ ନେଇ କ୍ରିଡ଼ା ବିତ୍ ସହ କ୍ରିକେଟ ଖେଳାଳି ବେଶ୍ ଉତ୍ସାହିତ ରହିଥିଲେ। ବଲାଙ୍ଗୀର କପ୍ ରେ ଆୟୋଜନ କାରୀ ବଲାଙ୍ଗୀର କ୍ରିକେଟ ଏକାଡେ଼ମୀ କରିଥିବା ବେଳେ ଏକାଡେ଼ମୀ ସଭାପତି ସଞ୍ଜୀବ ସାହୁ,ଶଙ୍କର ନାଗ, ଶମ୍ଭୁ ସାହୁ, କୁନା ମନହିରା, ସାହିଲ ବାଗ, ନମନ କୁମ୍ଭାର, ଭାସ୍କର ଦାଶ, ରାଜ ଗୌତମ,ସହଯୋଗ କରିଥିବା ବେଳେ ବିଶେଷ ଆକର୍ଷଣ ରହିଥିଲା ପୂର୍ବତନ ଖେଳାଳିଙ୍କୁ ନେଇ। ତାଙ୍କର ବିଶେଷ ଅବଦାନ ସହ ପ୍ରତି ଟି ମ୍ୟାଚ୍ ତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଥିଲା। ଯେଉଁଥିରେ ଜିଲ୍ଲା ସ୍ତରୀୟ ଖେଳାଳୀ ଭାବେ ରହିଥିବା ପୁରାତନ କ୍ରିକେଟ ଖେଳାଳି ସୁଶାନ୍ତ କୁମାର ଠାକୁର ସହ ରଶ୍ମି ରଞ୍ଜନ ପଟନାୟକ, ଗୋଲ ରମଣ ମିଶ୍ର,ମୁନା ଗୋଡ, କୃଷ୍ଣ ପଟ୍ଟନାୟକଙ୍କ ଅବଦାନ ଅତୁଲନିୟ ରହିଥିଲା।ତେବେ ବରିଷ୍ଠ ତଥା ପୁରାତନ ଖେଳାଳି ଏବେ ଯୁବ ପିଢ଼ି ଙ୍କୁ ପାଠ ପଢ଼ା ସହ ସ୍ଵାସ୍ଥ୍ୟ କୁ ଗୁରୁତ୍ଵ ଦେଇ ଯୁବପୀଢ଼ି କୁ ଆହ୍ୱାନ କରିଛନ୍ତି କ୍ରିକେଟ ଖେଲ ପ୍ରତି ଆକୃଷ୍ଟ ହେବା ପାଇଁ ଯାହା ବଲାଙ୍ଗୀର କପ୍ ଟୁର୍ଣ୍ଣାମେଣ୍ଟ ର ମୁଖ୍ୟ ଉଦ୍ଦେଶ୍ୟ ରହିଛି।ତେବେ ଆଜିର ମ୍ୟାଚ ପରିଚାଳନା କରି ଥିଲେ ସାହିଲ ବାଗ,ନିରୋଜ କୁମାର ମିଶ୍ର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.