ଡ. ଏପିଜେ ଅବ୍ଦୁଲ୍ କଲାମଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

କଳାହାଣ୍ଡି,୨୭/୭: ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ୍ ପରିସରରେ ପୂର୍ବତନ ରାଷ୍ଟ୍ରପତି ମିସାଇଲ୍ ମେନ୍ ଡ. ଏପିଜେ ଅବ୍ଦୁଲ୍ କଲାମଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷ ଶିବରାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବେ ଆଇନଜୀବୀ ଅଜିତରତ୍ନ ସେନାପତି, ସମାଜସେବୀ ଶ୍ରୀତମ୍ ନାୟକ ଏବଂ ଆଇନଜୀବୀ ଯୋଗେଶ ନାଏକ ଯୋଗଦେଇଥିବା ବେଳେ ସହ-ଶିକ୍ଷକ ଦକ୍ଷ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏଥିରେ ସାଗରିକା ଦାସ, ବସନ୍ତ ନାଏକ, ପ୍ରୀତିଶା ପଟ୍ଟନାୟକ, କଳ୍ପନା ନାଏକ, ବବିତା ନିଆଲ, ସରସ୍ବତୀ ସରାଫ, ବିଷ୍ଣୁପ୍ରିୟା ଦାସ, ଗାୟିତ୍ରୀ ଦାସ, ସାଲୁ ଆଚାର୍ଯ୍ୟ ଏବଂ ନରେନ୍ଦ୍ର ସୁନାନୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.