ରାୟଗଡ଼ାରେ ନବ ନିଯୁକ୍ତି ୨୨ ଜଣ ଶିକ୍ଷକଙ୍କୁ ଦାୟିତ୍ୱ ଅର୍ପଣ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (TGT) ଏବଂ ଶାରୀରିକ ଶିକ୍ଷା ଶିକ୍ଷକ (PET) ମାନଙ୍କର ପଦସ୍ଥାପନ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ନିଷ୍ଠା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୨୨ ଜଣ ଶିକ୍ଷକଙ୍କୁ ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ PCM ବିଭାଗରେ ୭ ଜଣ, CBZ ବିଭାଗରେ ୩ ଜଣ ଏବଂ PET ଭାବେ ୧୨ ଜଣ ଶିକ୍ଷକ ସାମିଲ ଅଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ରାୟଗଡ଼ା ସଦରର ବିଭାଗୀୟ ଅଧିକାରୀ, ଜିଲ୍ଲା ସ୍କୁଲ ପରିଦର୍ଶକ ଏବଂ ଜିଲ୍ଲା ମଙ୍ଗଳ ବିଭାଗର କର୍ମଚାରୀମାନେ ମଧ୍ୟ ଏହି ପଦସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.