ଅପରାଧ ନିୟନ୍ତ୍ରଣକୁ ପ୍ରାଧ୍ୟାନ ଦିଆଯିବ -ଏସପି ବଲାଙ୍ଗିର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗୀର ଜିଲାର ନୂଆ ଏସ୍‌ପିି ଭାବେ ଅଭିଲାଷ ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଏସ୍‌ପିି ଋଷିକେଶ ଖିଲାରୀଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିି । ଗଣମାଧ୍ୟମ ପ୍ରତିନିଧିଙ୍କୁ ନୂଆ ଏସ୍‌ପିି ଅଭିଳାଷ କହିଛନ୍ତି ଯେ, ବଲାଙ୍ଗୀର ଏକ ଐତିହାସିକ ଏବଂ ପ୍ରମୁଖ ଜିଲା। ଜିଲାରେ ଆଇଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ଶିଶୁ ଓ ମହିଳା ସୁରକ୍ଷା, ବିଶେଷ କରି ମହିଳାଙ୍କ ସମ୍ପର୍କିତ ଅପରାଧ ଏବଂ ସାଇବର ଅପରାଧ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ମାଓବାଦୀ ମୁକାବିଲା ନେଇ କଡା ଆଭମୁଖ୍ୟ ଗ୍ରହଣ କରାଯିବ । ନୂଆ ଏସ୍‌ପି ଅଭିଳାଷ ଜୀଙ୍କ ଯୋଗଦାନ କରିବା ପରେ ବଲାଙ୍ଗୀର ପୋଲିସ ବିଭାଗର ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.