ଗୋପାଳଜୀ ଯୋଗାଶ୍ରମରେ “ବହୁଭାଷୀ” ପୁସ୍ତକ ଉନ୍ମୋଚିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସୁବର୍ଣ୍ଣପୁର ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ଠାରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡ.ସନ୍ତୋଷ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାରସ୍ବତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଡ.ଦଧିବାମନ ମିଶ୍ର, ମୁଖ୍ୟ ଅତିଥି ଭାବରେ ସାହିତ୍ୟିକ ଗୋରେଖ ନାଥ ସାହୁ ଏବଂ ସମ୍ମାନୀତ ଅତିଥି ଭାବରେ ଡ଼.ଗୋବର୍ଦ୍ଧନ ନାୟକ, କହ୍ନେୟା ଲାଲ୍ ଜୀ, ରତନ୍ ଲାଲ୍ ଜୀ ଯୋଗଦେଇ ଗ୍ରନ୍ଥକାର ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା ଙ୍କର ବହୁ ଚର୍ଚ୍ଚିତ ସାରସ୍ବତ ସୃଜନ GATEWAY OF LEARNING “ବହୁଭାଷୀ” ପୁସ୍ତକକୁ ଉନ୍ମୋଚିତ କରିଥିଲେ। ଏହି ଅବସରରେ ଗ୍ରନ୍ଥାକାର ଶ୍ରୀଯୁକ୍ତ ପଣ୍ଡା ପୁସ୍ତକ ରଚନାର ପୃଷ୍ଠଭୂମି, ଉଦ୍ଦେଶ୍ୟ, ଅଭିଜ୍ଞତା ଓ ଆଭିମୁଖ୍ୟ ପ୍ରକାଶ କରି ପାଠକଙ୍କ ନିମନ୍ତେ ଏହା ଲୋକାର୍ପଣ କରିଥିଲେ। ପ୍ରାଧ୍ୟାପକ ଡ଼କ୍ଟର ଜ୍ୟୋତି ରଞ୍ଜନ ବହିଦାର ଅତ୍ୟନ୍ତ ନିଖୁଣ ତଥା ପ୍ରାଞ୍ଜଳ ଭାବରେ ପୁସ୍ତକଟିକୁ ସମୀକ୍ଷା କରିଥିଲେ । ଡ଼କ୍ଟର ଆର୍ତ୍ତତ୍ରାଣ ବାବୁ ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ଅତିଥିଙ୍କ ସହିତ ସମସ୍ତ କବି, ଲେଖକ, ସାହିତ୍ୟିକ, ସଜ୍ଜନ ମଣ୍ଡଳୀଙ୍କୁ ଧନ୍ୟବାଦ୍ ତଥା କୃତଜ୍ଞତା ଜଣାଇବା ସହିତ ଲେଖକ ଶ୍ରୀଯୁକ୍ତ ପଣ୍ଡାଙ୍କୁ ମଧ୍ୟ ମହତ୍, ଅଭିନବ ଓ ସୁନ୍ଦର ପ୍ରୟାସ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ। ସଭାକୁ ସ୍ୱାଗତ ସମ୍ଭାଷଣ ସହିତ ଶିକ୍ଷାବିତ୍ ପ୍ରଦୀପ କୁମାର ପୁରୋହିତ୍ ସଂଯୋଜନା କରିଥିବା ବେଳେ ସଭାରେ ବାସୁଦେବ ମିଶ୍ର, ହରିହର ଶତପଥୀ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଡଃ ସୁଦାମ ନାଏକ, ବ୍ରଜ ମୋହନ ଦାନୀ, ମୃତ୍ୟୁଞ୍ଜୟ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ଶ୍ରୀଧର ବାଗ,ବେଣୁଧର ପ୍ରଧାନ, ପ୍ରଶାନ୍ତ ସାହୁ,ଦୟାନିଧି ସେଠୀ, କଳାକାହ୍ନୁ ଦାଶ, ଅମୂଲ୍ୟ ପାତ୍ର, ଚିତ୍ତରଞ୍ଜନ ନାୟକ, ଅହଲ୍ୟା ପଣ୍ଡା, ମୀନା ମହାରଣା, ଝିଲି ପାତ୍ର, ମାନସୀ ପଣ୍ଡା ତଥା ଲେଖକ ଯୋଗୀନ୍ଦ୍ର ପଣ୍ଡାଙ୍କ ପରିବାର ର ବନ୍ଧୁବାନ୍ଧବ ମଧ୍ୟ ଉକ୍ତ ସାରସ୍ଵତ ସଭାରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.