ଇମ୍ଫା କାରଖାନା ତରଫରୁ ଚାଷୀଙ୍କୁ ଫଳ ଚାରା ବଣ୍ଟନ

ରାୟଗଡ,୨୯/୭ : ଥେରୁବାଲି ଓ ଆଖପାଖ ଅଞ୍ଚଳର କଳା ସଂସ୍କୃତି, ଶିକ୍ଷା, ସ୍ବାସ୍ଥ୍ଯ, କ୍ରୀଡା, ପରିବେଶ ଓ ଜୀବନ ଜୀବିକାର ବିକାଶ ପାଇଁ ଇମ୍ଫା କାରଖାନା ତରଫରୁ ବିଭିନ୍ନ ସମୟରେ ଜନ ହିତକର କାର୍ଯ୍ୟମାନ ହାତକୁ ନିଆ ଯାଇଥାଏ । ଏହି ପରିପ୍ରେକ୍ଷିରେ କାରଖାନା ତରଫରୁ ଫଳ ଚାରା ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । କାରଖାନାର ମୁଖ୍ୟ ତଥା ବରିଷ୍ଠ ମହାପ୍ରବନ୍ଧକ  କେଭି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଗ୍ରାମର ମୁଖ୍ଯ ମାନଙ୍କ ଉପସ୍ଥିତିରେ ଥେରୁବାଲି, କାର୍ତ୍ତିକାଗୁଡା, କେଲିଗୁଡା, ଖେଦାପଡା ଓ ଡୁମୁରିଗୁଡା ଗ୍ରାମ ପଞ୍ଚାୟତର ଶତାଧିକ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ଆମ୍ବ, ନଡିଆ ଇତ୍ୟାଦି ଫଳ ଚାରା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଇମ୍ଫା ଲୋକ ସମ୍ପର୍କ ବିଭାଗର ମୁଖ୍ୟ ଶକ୍ତି ପ୍ରସାଦ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଫଳ ଚାଷୀଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇମ୍ଫା ମାନବ ସମ୍ବଳ ଓ ପ୍ରସାଶନ ବିଭାଗର ଉପ – ମହାପ୍ରବନ୍ଧକ  ଅଜୟ କୁମାର ବେହୁରିଆ, ସିଭିଲ ଡିପାର୍ଟମେଣ୍ଟର ମୁଖ୍ୟ  ଜ୍ଞାନ ରଞ୍ଜନ ପଟ୍ଟନାୟକ, ପରିବେଶବିତ୍ ଗୌରବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। କାରଖାନାର ଏହି ମହତ ଦାନ ପାଇଁ ଥେରୁବାଲି ଅଞ୍ଚଳର ଫଳ ଚାଷୀ ମାନେ ଇମ୍ଫା କତ୍ତୄପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।

 

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.