କଶ୍ରୁପଡା ଶ୍ରୀରାମଲୀଳା : ବାଳିବଧ ମଞ୍ଚସ୍ଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ବ୍ଲକ ଅନ୍ତର୍ଗତ କଶ୍ରୁପଡା ଗ୍ରାମର ଶ୍ରୀ ଜଗନ୍ନାଥ ରାମଲୀଳା କମିଟି ଆନୁକୂଲ୍ୟରେ ଚଳିତବର୍ଷ ୪୯ ତମ ଶ୍ରୀରାମନବମୀ ମହୋତ୍ସବ ଧୂମଧାମ ରେ ପାଳିତ ହେଉଛି।

୧୪ଦିନ ବ୍ୟାପୀ ଏହି ଉତ୍ସବରେ ପ୍ରତ୍ୟେକ ଦିନ ପ୍ରଭୁଙ୍କ ସେବା ପୂଜା ସହ ସକାଳ ଓ ସନ୍ଧ୍ୟାଆଳତୀ ହେଉଛି। ଏ ଅବସରରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ବୈଶ୍ୟ ସଦାଶିବ କୃତ ଶ୍ରୀରାମଲୀଳା ପ୍ରତ୍ୟହ ରଜନୀରେ ପ୍ରଦର୍ଶିତ ହେଉଛି।

ଆଜି ଦଶମ ଦିନରେ କିସ୍କିନ୍ଧ୍ୟାକାଣ୍ଡ ଓ ବାଳିବଦ୍ଧ ନାଟକ ପରିବେଷିତ ହେଇଛି। ବିଭିନ୍ନ ଭୂମିକାରେ ରାମ-କେଶରୀ ବଗର୍ତ୍ତୀ, ଲକ୍ଷ୍ମଣ-ହେମନ୍ତ ସରାଫ, ହନୁମାନ-ଅରକ୍ଷିତ ଭାଟି,ବାଳି-ଗୋବିନ୍ଦ ବ୍ରହ୍ମା, ସୁଗ୍ରୀବ-ମାର୍କଣ୍ଡ ବଗର୍ତ୍ତୀ,ତାରା-ନେପାଳ ମାଝୀ ଅଙ୍ଗଦ-ଗଜିନ୍ଦ୍ର ମାଝୀ ଓ ଜାମ୍ଭବାନ-ଭାଗିରଥି ପୁଆଁର ଚିତ୍ତାକର୍ଷକ ଅଭିନୟ କରିଥିଲେ।

ପଦ୍ମନ ବଗର୍ତି ଓ ବିମଳା ବଗର୍ତି ଦାୟିତ୍ୱ ସଂମ୍ପନ୍ନ କରୁଥିବା ବେଳେ ପୂଜକ ଅଛନ୍ତି ମାନସରଞ୍ଜନ ରଥ। ପ୍ରତ୍ୟହ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ନାଟକ ପାଇଁ ଡେରି ରାତିଯାଏଁ ଭିଡ଼ ପରିଲକ୍ଷିତ ହେଉଛି।

ପ୍ରକାଶ ଥାଉକି ଆସନ୍ତା ବର୍ଷ ୫୦ ବର୍ଷପୂର୍ତ୍ତି ହେଉଥିବାରୁ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ହେବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.