ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡିବା ଘଟଣାକୁ ନିନ୍ଦା କରି ଦୁର୍ବୃତ୍ତକୁ ସରକାର ଯଥା ଶୀଘ୍ର କଠୋର ଦଣ୍ଡ ଦେବା ନିମନ୍ତେ ବସ୍ତା ବିଧାୟିକା କଲେ ଦାବି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ କେହି ଦୁର୍ବୃତ୍ତ ନିଆଁ ଲଗାଇଛନ୍ତି। ଏହାକୁ ନେଇ ତମାମ ରାଜ୍ୟରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ଏହି ଅବସରରେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଗାନ୍ଧୀଛକ ଠାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଗଣଧାରଣାରେ ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗଦେଇ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ିଦେବା ଘଟଣା ବିଜୁ ବାବୁଙ୍କ ପ୍ରତି ଘୋର ଅସମ୍ମାନ ବୋଲି କହିବା ସହିତ ଏହି ଘଟଣା ସାରା ଓଡ଼ିଶାବାସୀଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଛି।

ଯେଉଁ ବିଜୁ ବାବୁଙ୍କୁ ଇଣ୍ଡୋନେସିଆ ଭଳି ଦେଶ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଛି, ସେହି ବିଜୁ ବାବୁଙ୍କୁ ନିଜ ରାଜ୍ୟରେ ଏମିତି ଅପମାନ ଗ୍ରହଣୀୟ ନୁହେଁ। ତେଣୁ ଏହି ଘଟଣାକୁ ସେ ଦୃଢ଼ ନିନ୍ଦା କରିବା ସହିତ ଏମିତି ଘୃଣ୍ୟ କାର୍ଯ୍ୟରେ ସଂପୃକ୍ତ ଦୁର୍ବୃତ୍ତକୁ ସରକାର ଯଥାଶୀଘ୍ର କଠୋର ରୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ବିଜୁଜନତା ଦଳର ଦଳୀୟ ନେତୃବୃଦ, କର୍ମୀମାନେ ଯୋଗଦେଇ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ବିଜୁ ବାବୁ କୌଣସି ଦଳର ନୁହଁନ୍ତି, ସେ ଓଡ଼ିଆ ଜାତିର ଜନନାୟକ। କିଛି ଦୁର୍ବୃତ୍ତ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତିର ମୁଣ୍ଡ କାଟି ଦେଲେ। ଏବେ ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତି ଜାଳି ଦେଲେ। ଏସବୁ ଘଟଣା ପରେ ବି ରାଜ୍ୟ ସରକାରଙ୍କ ନିରବ ରହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତୁରନ୍ତ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେନେଇ ସରକାର ଯତ୍ନବାନ ହୁଅନ୍ତୁ ବୋଲି ଦଳୀୟ ନେତୃବୃନ୍ଦ ଦାବି କରିଥିଲେ।

ଏଥିରେ ଜିଲ୍ଲା ପରିଷଦ ଦେବୀକା‌ ସୋରେନ, ନିଶାକର ସେଠୀ, ବେଣୁଧର ଜେନା, ଲକ୍ଷ୍ମୀଧର ଦାସ, ଦେବୀପ୍ରସନ୍ନ ଭଞ୍ଜ, ଶଙ୍କର କର,ପ୍ରଦୀପ କୁମାର ବିଶ୍ବାଳ,ମହାଦେବ ଦାସ, ଗୋୖରାଙ୍ଗ ଚନ୍ଦ୍ର ବେହେରା,ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ଦାସ, ସୁବ୍ରତ କୁମାର ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ଜେନା, ଅଜୟ ସାମଲ, ସୁବୋଧ କୁମାର ରାଉଳ, ରଞ୍ଜନ କୁମାର ଧଳ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ କୁଡ଼ିଆ ସମିତି ସଦସ୍ୟ ଜୟ ପ୍ରକାଶ ନାରାୟଣ ବେହେରା ଧନ୍ୟବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.