ସମ୍ବର ମାଂସ ଓ ଚମଡ଼ା ସହ ୨ ଶିକାରୀ ଗିରଫ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କରଡ଼ା ବନାଞ୍ଚଳ ଅଧିକାରିଣୀ ଶ୍ରୀ ସବନମ ସାହୁ ଙ୍କ ନିର୍ଦେଶ କ୍ରମେ ବରିଷ୍ଠ ବନାଞ୍ଚଳ ଶ୍ରୀ ଅଜିତ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଗୋଟିଏ ଟିମ କରଡ଼ା ବନାଞ୍ଚଳ ଏରିଆରେ ପେଟ୍ରଲିଙ୍ଗ କରୁଥିବା ସମୟରେ ରଣବା ସେକ୍ସନ ଅନ୍ତର୍ଗତ ପାତ୍ରପୁର ଗ୍ରାମରେ ଗୋଟିଏ ସମ୍ବର ଶିକାର ହୋଇଥିବାର  ବିସ୍ପସ୍ତ ସୂତ୍ରରୁ ଖବର ପାଇ ପାତ୍ରପୁର ଗ୍ରାମରେ ବନବିଭାଗ ଟିମ ପହଞ୍ଚି ଖାନ ତଳସୀ ଏବଂ ଚଡାଉ କଲା ସମୟରେ ପ୍ରାୟ ଏକ ଘଣ୍ଟିକା ସମୟରେ କାଳୁ ମଲିକ, ବୟସ ୬୨ବର୍ଷ ପିତା ପୁନିଆ ମଲିକ, ଗ୍ରାମ- ପାତ୍ରପୁର ପୋ-ରଣବା ଥାନା ରାଇକିଆ, ଜିଲ୍ଲା କନ୍ଧମାଳ ଏବଂ କାଳୁର ଯୁଆଁ (୨)ସ୍ତ୍ରୀ ଏସିଆନ ପ୍ରଧାନ ବୟସ (୩୭)ବର୍ଷ ପିତା ସ୍ୱର୍ଗତ ନରେନ୍ଦ୍ର ପ୍ରଧାନ, ଗ୍ରାମ ଗୁଡ୍ରିବାଲି ପୋଷ୍ଟ କୁମ୍ଭାର ଖାଡ଼ି ଥାନା ଦାରିଙ୍ଗବାଡି ଜିଲ୍ଲା କନ୍ଧମାଳ ଏହି ଚଡାଉ ବେଳେ ସମ୍ଭର ମାଂସ ୫ କିଲୋ ଏବଂ ସମ୍ଭର ଚମଡ଼ା ସହ କାନ ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଥିଲା। ଏହି ଚଡାଉ ରେ ବରିଷ୍ଠ ବନପାଳ ଶ୍ରୀ ଅଜିତ କୁମାର ପ୍ରଧାନ, ଶ୍ରୀ ରବିଶଙ୍କର ଦିଗାଲ, ବନ ରକ୍ଷୀ ଅକ୍ଷୟ କହ୍ନର ଏବଂ ବନରକ୍ଷୀ ବିକାଶ ମଲିକ ଏବଂ ସ୍କୁର୍ଡ ମେମ୍ବର ଏବଂ ବନରକ୍ଷୀ ଶ୍ରୀମତି ସ୍ଵାଗତିକା ଗୌଡ଼ ଆଦି ସାମିଲ ଥିଲେ। ଆଗାମୀ ଦୁଇ ଜଣଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି କେସ ନମ୍ବର ୧୨ /୨୦୨୫, ୨୬, ଆଧାରରେ ଫୁଲବାଣୀ ବନଖଣ୍ଡ, ଅଧିକାରୀ ଶ୍ରୀ ପ୍ରଶାନ୍ତ ପଟେଲ ଏବଂ ସହକାରୀ ବନସରକ୍ଷଣ ଶ୍ରୀମତୀ ଶ୍ଵେତା ଲିନା ସାହୁ ଙ୍କ ନେତୃତ୍ୱ ରେ ଆସାମୀ ଦୁଇଙ୍କୁ କୋର୍ଟ ଚାଲାଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.