ବେଲଘରରେ ଖ୍ରୀଷ୍ଟିୟାନଧର୍ମ ସଭାକୁ ନେଇ ଚାପା ଉତ୍ତେଜନା

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲାର ବେଲଘର ଠାରେ ହେବାକୁ ଥିବା ଦୁଇ ଦିନିଆ ଖ୍ରୀଷ୍ଟିୟାନଧର୍ମ ସଭାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି ।ସ୍ଥାନୀୟ ଲୋକ ପ୍ରତିନିଧି ସରପଞ୍ଚଙ୍କ ମତାମତ ନ ନେଇ ଏକ ପାଖିଆ ଭାବେ ପ୍ରଶାସନ ମେ ୭ ଓ ୮ ତାରିଖରେ ଧର୍ମ ସଭା କରିବା ପାଇଁ ଅନୁମତି ଦେବାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଏ ନେଇ ଆଜି ବେଲଘର ସରପଞ୍ଚ, ଗୁମା ସରପଞ୍ଚଙ୍କ ସମେତ ଅଞ୍ଚଳର କିଛି ବ୍ୟକ୍ତି ଆସି ବାଲିଗୁଡା ଉପଜିଲ୍ଲାପାଳ ଓ ଏସଡିପିଓଙ୍କ କାର୍ଯ୍ୟଳୟ ରେ ଧର୍ମ ସଭା ନକରିବା ପାଇଁ ଲିଖିତ ଦେବା ସହ ଜିଲ୍ଲାପାଳ ଙ୍କୁ ଏନେଇ ଅବଗତ କରାଇଥିବା କହିଛନ୍ତି । ସେମାନଙ୍କ କହିବ ହେଲା ବେଲଘର, ଗୁମା, ଝିରିପାଣି ଓ ବିଲାମାଳ ପଞ୍ଚାୟତରେ ୯୦ ଭାଗ ଲୋକ ଆଦିମ ଜନଜାତି କୂଟିଆ ଆଦିବାସୀ ଲୋକ ବସବାସ କରନ୍ତି ସେମାନେ ହିନ୍ଦୁ ସମ୍ପ୍ରଦାୟର ପ୍ରକୃତିକୁ ପୂଜା କରନ୍ତି । ଡିମ୍ବୁଲି , ଶ୍ରମ୍ବୁଲି ଓ ସପାଙ୍ଗଡାକୁ ପୂଜା କରନ୍ତି । ଏମାନଙ୍କ ସରଳତା ଓ ନିରୀହର ସୁଯୋଗ ନେଇ କିଛି ବର୍ଷ ହେବ ଖ୍ରୀଷ୍ଟିୟାନ ଧର୍ମ ଯଜାକମାନେ ଆସି ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଇଦେବା କହି ବେଲଘର ଲୋକଙ୍କୁ ଖ୍ରୀଷ୍ଟୀୟ ଧର୍ମକୁ ପରିବର୍ତ୍ତନ କରାଇଥିବା ନଜିର ରହିଛି । ଏହି ଧର୍ମ ସଭା ମାଧ୍ୟମରେ ସରଳ କୂଟିଆ ମାନଙ୍କୁ ପ୍ରଲୋଭିତ କରି ଧର୍ମାନ୍ତିକରଣ କରାଇବା ଏହାର ଲକ୍ଷ୍ୟ । ଏଣୁ ଏଭଳି ସଭା ହେବ ଦ୍ଵାରା ଏଞ୍ଚଳର ସଂସ୍କୃତି, ପରମ୍ପରା ଓ ପୂଜା ବିଧି ରୀତିନୀତି ରେ ବାଧ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.