ରୋଚକ ମୋଡରେ ରାୟଗଡ଼ା ବିଜେଡ଼ି ରାଜନୀତି 

ଭାସ୍କର ଗୋଷ୍ଠୀକୁ ଆସିପାରେ ଆଶ୍ବସ୍ତି ଖବର 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାଜ୍ୟ ବିଜେଡ଼ି  ସଭାପତିଙ୍କ ତରଫରୁ ୨୪ ଜିଲ୍ଲାର ସଭାପତି ଚୟନ ସରିଥିବା ବେଳେ ରାୟଗଡ଼ା ଜିଲ୍ଲାକୁ ନେଇ ରାଜ୍ୟ ତଥା ଜିଲ୍ଲାରେ ଦ୍ଵନ୍ଦ ସୃଷ୍ଟି ହୋଉଥିଲା |ବର୍ତମାନ ଏହି ଦ୍ଵନ୍ଦରେ ସୁଧାର ଆସିବା ଭଳି ମନେହେଉଛି |ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧୁସିତ ଜିଲ୍ଲା ହୋଇଥିବା ବେଳେ ଦଳ ଜଣେ ଆଦିବାସୀଙ୍କୁ ଦଳର ସଭାପତି କରିବା କଥାକୁ ଏଡାଇ ହେବନାହିଁ ବୋଲି ଦଳର ବହୁ ତୁଙ୍ଗ ନେତା ମତ ରଖୁଥିଲେ | ଅନ୍ୟପଟେ ଦଳରେ ବହୁବର୍ଷ ହେବ ଦୁଇ ପୁରୁଖା ନେତା; ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଏବଂ ପୂର୍ବତନ ଜିଲ୍ଲା ସଭାପତି ସୁଧିର କୁମାର ଦାସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗିରହିଛି । ଏହି ଦୁଇଗୋଷ୍ଟି ମଧ୍ୟରେ ଜିଲ୍ଲା ସଭାପତି ପଦକୁ ନେଇ ଛକ ପଞ୍ଜା ଚାଲିଥିଲା | ବର୍ତ୍ତମାନ ଏହି ଆଶଙ୍କା ଦୂର ହେବା ଭଳି ମୋନେହୋଉଛି ବୋଲି ଦଳର  ନେତା ମାନଙ୍କ ମତ | ଏହି ସମୟରେ ସୁଧିର ଦାସଙ୍କ ଗୋଷ୍ଟିରୁ ଜଗନ୍ନାଥ ସାରାକାଙ୍କୁ ରାଜ୍ୟ ନେତୃତ୍ୱ ମିଳିଥିବା ବେଳେ ଭାସ୍କର ରାଓ ଗୋଷ୍ଟିଙ୍କୁ ଆଶ୍ବସ୍ତି ମିଳିଛି କହିବା ଅତୁକ୍ତି ହେବନାହିଁ ବୋଲି ଦଳର ବରିଷ୍ଟ ରାଜନେତା ମାନେ ମତ ବାଢୁଛନ୍ତି | ପୂର୍ବରୁ ଏନ ଭାସ୍କର ରାଓ ଗୋଷ୍ଟିରୁ ବରିଷ୍ଟ ନେତା ତଥା ମନ୍ତ୍ରୀ ଲାଲ ବିହାରୀ ହିମିରିକା ଜିଲ୍ଲା ସଭାପତି ପଦ ଦୌଡ଼ରେ ରହିଥିବା ହେତୁ ରାଜ୍ୟ ନେତୃତ୍ୱକୁ ନିଷ୍ପତି ମିଳିପାରି ନ ଥିଲା | ଅନ୍ୟ ପଟେ ଭାସ୍କର ରାଓଙ୍କ ନେତୃତ୍ୱରେ ୨୦୨୪ ସାଧାରଣ ନିର୍ବାଚନକୁ ସାମ୍ନା କରି ସାଂସଦ କ୍ଷେତ୍ରକୁ ହାତଛଡା କରିବା ସହ ରାଜ୍ୟ ଶାସନରୁ ଦୂରରେ ରହିଛି | ଏଣୁ ଦଳ ଆଗକୁ କୋଉଭଳି ନିଷ୍ପତି ନେଉଛି ତାହା ଦେଖିବାକୁ ବାକି ରହିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.