ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): କେଉଁ ଏକ ଅବାହନ କାଳରୁ କଲ୍ୟାଣ ସିଂହପୁର ସହରର ପୂର୍ବ ପଟେ କଲ୍ୟାଣୀ ନଦୀ ପ୍ରବାହିତ ହୋଇ ଆସୁଛି | ଏହି ନଦୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବୋରପୋଦର ଗ୍ରାମରୁ ବାହାରି ଲାଞ୍ଜିଗଡ଼ ବ୍ଲକ ଓ କଲ୍ୟାଣ ସିଂହପୁର ବ୍ଲକର ଅନେକ ଗ୍ରାମକୁ ଜଳ ଜଗାଇ ଶିବ ମନ୍ଦିର ତଳଭାଗ ଦେଇ ପ୍ରବାହିତ ହୋଉଥିବା ନାଗାବଳି ନାମ୍ନୀ ନଦୀରେ ମିଶ୍ରଣ ହୋଉଅଛି | ଏହି ନଦୀରେ ୧୯୯୧ ଓ ୨୦୧୭ ମସିହାରେ ଦୁଇ ଦୁଇ ଥର କରାଳ ବନ୍ୟା ସୃଷ୍ଟି ହୋଇ ଦୁଇ ପାର୍ଶ୍ଵରେ ମାଟି କୂଳ ଖାଇ ନଷ୍ଟ ହୋଇଯାଇଥିଲା | ଓଡ଼ିଶା ସରକାର ନଦୀ ଗୁଡ଼ିକର ସୁରକ୍ଷା ନିମନ୍ତେ ନଦୀର ଦୁଇପାର୍ଶ୍ଵ କୂଳରୋକିବା ନିମନ୍ତେ ବଡ଼ ବଡ଼ ପଥରକୁ ତାର ସହାଯ୍ୟରେ ପାଞ୍ଚ ଥାକିଆ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନଦୀକୁ ସୁରକ୍ଷା ଦେବାରେ ଠିକାଦାର ମାନଙ୍କୁ ନିୟଜିତ କରି କାର୍ଯ୍ୟ କରାଉଛନ୍ତି | ଏହି କାର୍ଯ୍ୟ ଗତ ତିନି ବର୍ଷ ହେବ ଠିକାଦାର ମାନେ ଶକ୍ତ, ଦୃଢ଼, ମଜଭୁତ ପ୍ରକାରେ ସରକାରଙ୍କ ନିର୍ଦେଶ ଅନୁଯାଇ ସାରିଥିବାରୁ ଅଞ୍ଚଳବାସି ସରକାରଙ୍କୁ ପ୍ରସଂଶା କରିବା ସହ ଠିକାଦାରଙ୍କ କାର୍ଯ୍ୟ ଦକ୍ଷତାକୁ ମଧ୍ୟ ପ୍ରଶଂସା କରିଛନ୍ତି |