ବିଛୁବାହାଲି ଗୌନ୍ତିଆପଡ଼ାର ଚନ୍ଦନ ଯାତ୍ରା ମହୋତ୍ସବ ଉଦଯାପିତ 

ଓଡିଆ ବାର୍ତ୍ତା/ ବେଲପଡ଼ା (ତ୍ରୀନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅଧୀନ ବିଛୁବାହାଲି ଗାଁର ଗୌନ୍ତିଆପଡ଼ାରେ ଚାଲିଥିବା ଚନ୍ଦନ ଯାତ୍ରା ମହୋତ୍ସବ ପୂର୍ଣ୍ଣାହୁତି ସହ ଉଦଯାପିତ ହୋଇଯାଇଛି। ତିନି ଦିନ ଧରି ରାତ୍ରୀରେ କିଚକ ବଧ ଓ ଶ୍ରୀରାମ ରାଘବ ନାଟ୍ୟ କଳା ପରିଷଦ, ବାବୁ ଉଲବା ଗ୍ରାମର ବ୍ଲକ ସଇଁତଲା ଜିଲ୍ଲା ବଲାଙ୍ଗୀର ଶେଷ ରଜନୀରେ ହୋଇଥିଲା I ଏହି ଉତ୍ସବରେ ଚନ୍ଦନ ଯାତ୍ରା ଦେଖିବାକୁ ଅନେକ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥଲେ I ଗୌନ୍ତିଆପଡ଼ାବାସୀ ପକ୍ଷରୁ ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ, ଥଣ୍ଡା ପାଣି, ବେଲ ପଣା ବ୍ୟବସ୍ଥା କରାଯାଇଥିଲା I ଏଥିରେ କର୍ତ୍ତା ଭାବେ ଗାଁର ଗୌନ୍ତିଆ ଅଇବଲ ମାଝୀ ଓ ତାଙ୍କର ଧର୍ମପତ୍ନୀ ବିଳାସ ମାଝୀ, ପୂଜକ ଭାବେ ସଞ୍ଜୀବ ଶତପଥୀ ଓ ତାଙ୍କର ସହଯୋଗୀ ପଞ୍ଚାନନ ଥନାପତି ଦାଇତ୍ୱ ନିର୍ବାହ କରିଥିଲେ । କମିଟି ପକ୍ଷରୁ ନରହରି ମାଝୀ, ଉପେନ୍ଦ୍ର ମାଝୀ, ନାରାୟଣ ମାଝୀ, ଉଦ୍ଧବ ମାଝୀ, ରଇତାଲ ମାଝୀ, ପିତାମ୍ବର ସେଠ, ରମେଶ ମାଝୀ, ଚଞ୍ଚଳ ମାଝୀ, ସୁବଳ ଚନ୍ଦନ, ପଣ୍ଡିତ ମାଝୀ, ଦିନେଶ ମାଝୀ, ପୂର୍ଣ୍ଣଚନ୍ଦ୍ର ସେଠ, ଜଗଦୀଶ ମାଝୀଙ୍କ ସହ ସମସ୍ତ କମିଟି ସଦସ୍ୟ ଓ ଗୌନ୍ତିଆପଡ଼ାବାସୀ ଉପସ୍ଥିତ ରହି ଚନ୍ଦନ ଯାତ୍ରା ମହୋତ୍ସଵର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.