ବନିତା ରଣା ଶାନ୍ତପୁର ଆରକେ ହାଇସ୍କୁଲ +୨ ଟପ୍ପର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବୁଧବାର ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ବହୁତ ଭଲ ରିଜଲ୍ଟ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀ ବନିତା ରଣା ୪୯୪ ମାର୍କ (୮୨.୩୩ %) ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଛାତ୍ରୀ ବନିତା ରଣା ପଡୋଶୀ ବଡ଼ଧାରପୁର ପଞ୍ଚାୟତ ନୂଆପଡ଼ା ଗ୍ରାମର ସୁମନ୍ତି ରଣା ଓ ଉଗ୍ରସେନ ରଣାଙ୍କ ଝିଅ। ବନିତା ତାଙ୍କର ଏହି ଶ୍ରେୟ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଦେଇଥିବା ବେଳେ ବାପା ମାଆ ଝିଅ ବନିତା ବିନା ଟିୟୁସନ୍ ରେ ନିଜର ଅଧ୍ୟବସାୟ ବଳରେ ଆଜି ସଫଳତା ହାସଲ କରିଥିବା କହିଛନ୍ତି। ବନିତାଙ୍କ ସଫଳତା ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ବେଳେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଦ୍ୟାଳୟର ପ୍ରିନ୍ସିପାଲ ବିଶିକେଶନ ସୁନାଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା, ପୁରାତନ ଛାତ୍ର ସଂସଦର ସଭାପତି ତଥା ଶାନ୍ତପୁରର ପୂର୍ବତନ ସରପଞ୍ଚ ଟିକେଧର ସାହୁ, ପୁରାତନ ଛାତ୍ର ସଂସଦର ସଦସ୍ୟ ତଥା ଶାନ୍ତପୁର ସମିତି ସଭ୍ୟ ଜୟ ମେହେର, ଛାତ୍ର ସଂସଦ ସଦସ୍ୟ ହାକିମ ମେହେର, ରେତ ଜଳ ସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ଅଧ୍ୟକ୍ଷା ଚନ୍ଦ୍ରକାନ୍ତି ମେହେର, ବିଦ୍ୟାଳୟ ପରିଚାଳନା ସମିତିର ମାର୍ଗ ଦର୍ଶକ ତଥା ଶାନ୍ତପୁରର ପୂର୍ବତନ ସରପଞ୍ଚ ଲୋକନାଥ ସା, ଛାତ୍ର ସଂସଦର ବରିଷ୍ଠ ସଦସ୍ୟ ତଥା ନର୍ଲା ବିଧାୟିକାଙ୍କ ସ୍ଵତନ୍ତ୍ର ପ୍ରତିନିଧି ଗୋବିନ୍ଦ ତାଣ୍ଡି, ସଦସ୍ୟ ଚଣ୍ଡିଦାସ ସାହୁ, ନର୍ଲା ଓ ଲାଞ୍ଜିଗଡ଼ ବ୍ଲକ ଦୋରା ସମ୍ପ୍ରଦାୟର ଯୁବ ସଭାପତି ସୁଦର୍ଶନ ଦୋରା ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିବା ସହ ବନିତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.