ଆରିୟାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ କଳାରେ ଛାତ୍ରୀଙ୍କ ଅପୂର୍ବ ସଫଳତା

ଓଡ଼ିଆ ବାର୍ତ୍ତା/ ରାମନାଗୁଡା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଯୁକ୍ତ ଦୁଇ କଳାରେ ଛାତ୍ରୀ ପୂଜା ବିଡ଼ିକା ମୋଟ ୬୦୦ ମାର୍କ ରୁ ୪୫୪ ମାର୍କ ରଖି ବିଦ୍ୟାଳୟରେ ସର୍ବ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରାମନାଗୁଡା ଆରିୟାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁଣି ଥରେ ଅଧିକ ସଂଖ୍ୟା ରଖିବାରେ ସଫଲ ପାଇଛି ବୋଲି ଶିକ୍ଷକ ମହଲରେ ଚର୍ଚ୍ଚା ଚାଲିଛି । ସେହିଭଳି ଛାତ୍ରୀ ସୁଜାତା ବେହେରା ୬୦୦ ମାର୍କ ରୁ ୪୪୦ ମାର୍କ ରଖି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଛାତ୍ରୀ ଜସ୍ମିନି ନିମାଲା ୬୦୦ ମାର୍କ ରୁ ୩୮୫ ମାର୍କ ରଖି ତୃତୀୟ ସ୍ଥାନ ଏବଂ ଛାତ୍ରୀ ସୁନୀତା ମୂଟୁକା ୬୦୦ ମାର୍କ ରୁ ୩୮୦ ମାର୍କ ରଖି ଚତୁର୍ଥ ସ୍ଥାନ ହାସଲ କରିପାରିଛନ୍ତି | ଚଳିତ ବର୍ଷ ଏହି ଅନୁଷ୍ଠାନରେ ୪ ଜଣ ପ୍ରଥମ, ୩ ଜଣ ଦ୍ୱିତୀୟ ଏବଂ ୧୬ ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଆରିୟାନ ଗ୍ରୁଫ ଅଫ୍ ଇନ୍ଷ୍ଟିଟ୍ୟୁଚ ପଦ୍ମପୁର ର ଅଧକ୍ଷ ଶ୍ରୀ ହରିଚରଣ ଦାସ, ବିଦ୍ୟାଳୟର ମୂଖ୍ୟ ଅଧକ୍ଷ ଶ୍ରୀ ଅକ୍ରୁର ବେନିଆ, ସହପାଠୀ କର୍ମୀ ଶ୍ରୀ ସଂଗ୍ରାମ ଟାକ୍ରି,ଶ୍ରୀମତୀ ଜ୍ୟୋତିର୍ମୟୀ ରାଉତ, ଶ୍ରୀମତୀ ଜୟନ୍ତୀ କୁଲୁସିକା ଏବଂ ବିଦ୍ୟାଳୟର ସମସ୍ତ ସହପାଠୀ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ଏବଂ ଛାତ୍ରୀ ମାନଙ୍କ ଆଗାମୀ ଭବିଷ୍ୟତ ସୁଫଳ ନିମନ୍ତେ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.