ନର୍ଲା ବ୍ରାହ୍ମଣ ସମାଜ ପାଳନ କଲା ସାମୁହିକ ରକ୍ଷାବନ୍ଧନ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ମାଉଣ୍ଟେନ ସ୍କୁଲ ସମ୍ମେଳନ କକ୍ଷରେ ସାମୁହିକ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ସର୍ଗିଗୁଡା ବ୍ରାହ୍ମଣ ସମାଜର ଆୟୋଜନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ନର୍ଲା ବ୍ଲକ ବ୍ରାହ୍ମଣ ସମାଜ ସଭାପତି ବଦ୍ରୀପ୍ରସାଦ ମିଶ୍ର। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ଷଢ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ରାହ୍ମଣ ମାନଙ୍କ ନୀତି ନିୟମ, ସଂସ୍କାର ସଂସ୍କୃତି ଓ ବଳରାମ ଜନ୍ମରେ ରକ୍ଷା ବନ୍ଧନ ଉତ୍ସବ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ବ୍ରାହ୍ମଣ ସମାଜର ସଙ୍ଗଠନ ସମ୍ପାଦକ ଦେବପ୍ରସାଦ ଷଢ଼ଙ୍ଗୀ, ମାଉଣ୍ଟେନ ସ୍କୁଲର ଅଧ୍ୟକ୍ଷ ନବୀନ କୁମାର ଦାସ, ନର୍ଲା ଡିଗ୍ରୀ କଲେଜର ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ବରିଷ୍ଠ ନାଗରିକ ପରୀକ୍ଷିତ ସାମନ୍ତରାୟ ଓ ସର୍ଗିଗୁଡ଼ା ପଞ୍ଚାୟତ ବ୍ରାହ୍ମଣ ସମାଜର ସଭାପତି କୁମୁଦ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଦିଗଦର୍ଶନ ପ୍ରଦାନ କରିଥିଲେ। ପ୍ରଥମେ ଅଧ୍ୟାପିକା ସଂଘମିତ୍ରା ପଣ୍ଡା ମୁଖ୍ୟ ଅତିଥିଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହାପରେ ସଦସ୍ୟା ଜ୍ୟୋତ୍ସ୍ନା ମହାପାତ୍ର, ପ୍ରିତିମୟୀ ମିଶ୍ର, ସରସ୍ୱତୀ ସାମନ୍ତରାୟ, ସୁନୀତା ସାମନ୍ତରାୟ ପ୍ରମୁଖ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧି ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ସାମୁହିକ ରକ୍ଷାବନ୍ଧନ ଅନୁଷ୍ଠିତ ହୋଇଥିଲା। ସର୍ଗିଗୁଡ଼ା ବ୍ରାହ୍ମଣ ସମାଜ ସମ୍ପାଦକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସର୍ଗିଗୁଡା ପର୍ଶୁରାମ ବାହିନୀର ସଂଯୋଜାକ ସନ୍ଦୀପ ସାମନ୍ତରାୟ, ସଦସ୍ୟ ଅଜୟ ନନ୍ଦ, ସଞ୍ଜୟ ସାମନ୍ତରାୟ, ସଞ୍ଜୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.