କଳାହାଣ୍ଡି ଜିଲ୍ଲା ବିଜେଡ଼ିର ନୂତନ ସଭାପତିଙ୍କୁ ଜୟପାଟଣା ଠାରେ ଦଳ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା  ବିଜେଡ଼ିର ନୂତନ ସଭାପତି ଭାବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ଵାରା ନିଯୁକ୍ତ ହୋଇଛନ୍ତି। ଶ୍ରୀ ଦିଶାରୀ ଜିଲ୍ଲା ସଭାପତି ହେବାପରେ ଜୟପାଟଣା ବ୍ଲକ ଅଞ୍ଚଳ ଗସ୍ତ କରିଛନ୍ତି। ଏହି ସମୟରେ ବିଜେଡି ତରଫରୁ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜୟପାଟଣା ବ୍ଲକ ବିଜେଡି ସଭାପତି ମିନକେତନ ପୁଝାରୀ ଏବଂ ଯୁବ ସଭାପତି ଅମ୍ବୁଜ କୁମାର ଧଙ୍ଗଡା ମାଝିଙ୍କ ନେତୃତ୍ୱରେ ବାନେର ମାଁ ଡୋକରୀ ବୁଡି ମନ୍ଦିର ଠାରୁ ଶ୍ରୀ ଦିଶାରୀଙ୍କୁ ସ୍ବାଗତ କରାଯାଇଥିବା ବେଳେ ଏକ ବିରାଟ ବାଇକ ରେଲି ଶୋଭାଯାତ୍ରାରେ ତାଙ୍କର ଗ୍ରାମ ହୀରାପୁର ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ଏଥିରେ ଅଞ୍ଚଳର ଶହ ଶହ ବିଜେଡି କର୍ମୀ, ମହିଳା, ଶୁଭେଛୁ ତଥା ଜନ ସାଧାରଣ ସାମିଲ ହୋଇଥିଲେ। ବର୍ତମାନ ଜିଲ୍ଲାରେ ବିଜେଡ଼ିର ସଙ୍ଗଠନକୁ ଆହୁରି ମଜବୁତ କରିବା ସହିତ ଆଗାମୀ ଦିନରେ ପଞ୍ଚାୟତ ତଥା ସାଧାରଣ ନିର୍ବାଚନରେ ଦଳକୁ ବିଜୟୀ କରିବ ଲକ୍ଷ୍ୟ ରହିବ ବୋଲି ଶ୍ରୀ ଦିଶାରୀ କହିଛନ୍ତି। ଅନ୍ୟପକ୍ଷରେ ବିଧାୟକ ପ୍ରଦୀପ  ଦିଶାରୀଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ବ ମିଳିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.